Odisha Link
Bridging the Missing Links in Odisha

ଟ୍ରଲର ଧକ୍କାରେ ଚାଲିଗଲା ଛାତ୍ରୀଙ୍କ ଜୀବନ

ଓଏଲ୍‌ ବ୍ୟୁରୋ : ସମ୍ବଲପୁର ଅଇଁଠାପାଲି ଛକରେ ମର୍ମତୁନ୍ତ ସଡକ ଦୁର୍ଘଟଣା। ସ୍କୁଲ ଯାଉଥିବା ସମୟରେ ଜଣେ ସ୍କୁଲ ଛାତ୍ରୀଙ୍କୁ ମାଡ଼ି ଚାଲିିଗଲା ଟ୍ରଲର। ଘଟଣା ସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।

ସ୍କୁଲ ଛାତ୍ରୀ ଜଣଙ୍କ ନାମ ହେଉଛି ପ୍ରଜ୍ଞାପରମିତା ପାଣିଗ୍ରାହୀ। ସେ ସମ୍ବଲପୁର ବୁଢାରାଜା ହାଇସ୍କୁଲର ଛାତ୍ରୀ। ଛାତ୍ରୀଙ୍କ ଘର ସମ୍ବଲପୁର ଭାଳୁପାଲି ଅଞ୍ଚଳରେ। ସକାଳୁ ସାଇକେଲରେ ସ୍କୁଲ ଯିବା ସମୟରେ ଟ୍ରଲର ଗାଡିଟି ଛାତ୍ରୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାରୁ ଘଟଣାସ୍ଥଳରେ କିଛି ସମୟଧରି ରାସ୍ତା ରୋକ ହୋଇଥିବା ସହ ଉତ୍ତେଜନା ଲାଗି ରହିଥିଲା।

କିଛି ସମୟ ପରେ ଅଇଁଠାପାଲି ପୁଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା। ପୁଲିସ ସ୍ଥାନୀୟ ଲୋକଙ୍କୁ ବୁଝାଇବା ସହ ଘଟଣା ସ୍ଥଳରୁ ଟ୍ରଲର ଜବତ କରିଥିବାର ସୂଚନା ମିଳିଛି ।

Leave A Reply

Your email address will not be published.