Odisha Link
Bridging the Missing Links in Odisha

କାଲି ଓଡ଼ିଶା ଆସୁଛନ୍ତି ମହାମହିମ, କରିବେ ଜଗା ଦର୍ଶନ

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହାମହିମଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଗସ୍ତ କରି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ଦେଶର ପ୍ରଥମ ନାଗରିକ। ପାଖାପାଖି ୪ ଘଣ୍ଟା ସମୟ ସେ ପୁରୀରେ ଅବସ୍ଥାନ କରିବାର ସୂୁଚନା ରହିଛି। କାଲି ସକାଳ ୧୦ ଟା ୧୦ରେ ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ପହଁଞ୍ଚିବେ। ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଗସ୍ତ କରିବେ। ପ୍ରାୟ ଏକ ଘଣ୍ଟା ମହାମହିମ ରାଷ୍ଟ୍ରପତି ଶ୍ରୀମନ୍ଦିର ଭିତରେ ବିତାଇବା ସହ ଗର୍ଭଗୃହରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରିବେ ଓ ଏହାସହ ପାର୍ଶ୍ଵ ଦେବାଦେବୀ ମନ୍ଦିର ମଧ୍ୟ ଦର୍ଶନ କରିବେ।

ଶ୍ରୀଜିଉଙ୍କୁ ଦର୍ଶନ କରି ସାରିବା ପରେ ସିଂହଦ୍ବାର ନିକଟରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରାଜଭବନ ଅଭିମୁଖେ ପ୍ରସ୍ଥାନ କରିବେ। ରାଜଭବନରେ ରହିବା ସହିତ ସେଠାରେ ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.