Odisha Link
Bridging the Missing Links in Odisha

ଧାନ ବିଲରୁ ମିଳିଲା ନରକଙ୍କାଳ

ଓଏଲ ବ୍ୟୁରୋ: ଜମିରୁ ମିଳିଲା ନରକଙ୍କାଳ। ଏଭଳି ଖବର ଏବେ ନୂଆପଡ଼ା ରତିପାଲି ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏ ନରକଙ୍କାଳ କାହାର ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ନରକଙ୍କାଳକୁ ଜବତ କରି ପରୀକ୍ଷା ପାଇଁ ପଠାଇଛି ପୁଲିସ। ଅପରପକ୍ଷେ ଏକ ବେନାମୀ ଚିଠିକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ନୂଆପଡ଼ା ସଦର ଥାନା ରତିପାଲି ଗାଁର ଧନିରାମ ନାଏକଙ୍କ ଝିଅ ଗତ ଜାନୁଆରୀ ୩ ତାରିଖରେ ନିଖୋଜ ହୋଇଯାଇଥିବାର ଖବର ମିଳିଥିଲା। ନିଖୋଜ ଜଣକ ହେଉଛନ୍ତି ଜଣେ କଲେଜ ପଢୁଆ ଛାତ୍ରୀ। ୧୦ ମାସ ହେବ ନିଖୋଜ ଥିବାର ସୂଚନା ମିଳିଛି। ଅନେକ ଖୋଜା ଖୋଜି ପରେ ପରିବାର ଲୋକେ ତାଙ୍କର କୌଣସି ସୁରାଗ ପାଇନଥିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ବିଶେଷ ସୂତ୍ର ରୁ ଯାହା ଅନୁମାନ କରାଯାଉଥିଲା ତାହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ। ପୁଲିସ ତଦନ୍ତ ଜାରି କରିଥିବା ବେଳେ ହଠାତ ଏକ ବେନାମୀ ଚିଠି ହତ୍ୟାକାଣ୍ଡର ରହସ୍ୟକୁ ସାମ୍ନା କୁ ଆଣିଛି । ବେନାମୀ ଚିଠି ନିରାଶ ପରିବାରକୁ ଆଶା ଦେଇଥିଲା ଦୀର୍ଘ ୧୦ ମାସ ପରେ। ପରିବାର ଲୋକେ ଏହି ବେନାମୀ ଚିଠିକୁ ପୁଲିସକୁ ଦେଇଥିଲେ । ଏକ ଧାନ ବିଲରୁ ମାଟି ଖୋଳି ୧୦ ମାସ ପରେ ନରକଙ୍କାଳ ରତିପାଲି ଗାଁ ରୁ ଉଦ୍ଧାର କରିଥିଲା ପୁଲିସ।

Leave A Reply

Your email address will not be published.