Odisha Link
Bridging the Missing Links in Odisha

ମହାନଦୀ ଜଳ ବିବାଦ

ଟ୍ରିବୁନାଲ ଗଠନକୁ ଆସନ୍ତା ବର୍ଷ ମାର୍ଚ୍ଚ ୧୨ତାରିଖରେ ୫ବର୍ଷ ପୁରିବ ହେଲେ ଏ ପର୍ଯ୍ୟନ୍ତ ରାଜ୍ୟର ଦାବି ମୁତାବକ କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି

ଓଏଲ୍ ବ୍ୟୁରୋ : ଅତି ପ୍ରତିକ୍ଷିତ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବୁନାଲର ନିଷ୍ପତି ଶୁଣାଣିର ଅପେକ୍ଷା। ଓଡିଶା ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବୁନାଲରେ ହେବ ଶୁଣାଣି।

ଦୀର୍ଘ ଦିନର ମହାନଦୀ ଅବବାହିକାର ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଦୁଇ ରାଜ୍ୟର ବୈଷୟିକ ଟିମ୍‌ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ହୋଇ ପାରିନାହିଁ।ପୂର୍ବରୁ ଓଡିଶା ଛତିଶଗଡ଼ ଅବବାହିକାର ମୋଟ ଅଞ୍ଚଳକୁ ନେଇ ଏକ ପ୍ରକାର ସହମତି ପ୍ରକାଶ ପାଇଥିଲା। ଲୋୟର ମହାନଦୀ ଏବଂ ଦୟା ଉପ-ଅବବାହିକାର ସୀମା ନିର୍ଦ୍ଧାରଣ କରିବାରେ ଦୁଇ ରାଜ୍ୟ ମଧ୍ୟରେ ସହମତି ହୋଇ ପାରିନାହିଁ।

ଲୋୟର ମହାନଦୀ ଏବଂ ଦୟା ଉପ-ଅବବାହିକାର ସୀମା ନିର୍ଦ୍ଧାରଣ ପାଇଁ ଦୁଇ ରାଜ୍ୟର ବୈଷୟିକ ଟିମ୍‌ ଆଲୋଚନା ବିଫଳ ହୋଇଥିବା ଜଣାପଡ଼ିଛି।ତେବେ ଏହି ବିରାଟ ଜଳ ବିବାଦ ପାଇଁ ପୁଣିଥରେ ବୈଠକ କରିବାକୁ ଦୁଇ ରାଜ୍ୟ ସମୟ ନେଇ ପାରନ୍ତି।ଟ୍ରିବୁନାଲ ଗଠନ କୁ ଆସନ୍ତା ବର୍ଷ ମାର୍ଚ୍ଚ ୧୨ତାରିଖରେ ୫ବର୍ଷ ପୁରିବ ହେଲେ ଏ ପର୍ଯ୍ୟନ୍ତ ରାଜ୍ୟର ଦାବି ମୁତାବକ କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି। ଆଗାମୀ ଦିନରେ ଏହି ଜଳ ବିବାଦ ମାମଲାରେ କେବେ ପୂର୍ଣ୍ଣଛେଦ ପଡିବ ତାହା ଦେଖିବାକୁ ବାକି ରହିଥିବାବେଳେ ଟ୍ରିବୁନାଲର ଆଜି ଶୁଣାଣି ରହିଛି।

Leave A Reply

Your email address will not be published.