Odisha Link
Bridging the Missing Links in Odisha

କ୍ୟାପିଟାଲ ହସ୍ପିଟାଲରୁ ଫେରିବେନି ରୋଗୀ ,ଓପିଡି ସମୟରେ ପରିବର୍ତ୍ତନ

ଡିସେମ୍ବର ୧ରୁ ଦୈନିକ ନିରବଚ୍ଛିନ୍ନ ୬ଘଣ୍ଟା ପାଇଁ ବର୍ହିବିଭାଗ (ଓପିଡି) ସେବା ମିଳିବ। ଓପିଡି ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ।

ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ କ୍ଷେତ୍ରରେ ନିରବଚ୍ଛିନ ପ୍ରୟାସ।କ୍ୟାପିଟାଲ ହସ୍ପିଟାଲକୁ ରୋଗୀ ଆସି ଏଥର ଆଉ ଫେରିକି ଯିବେନି।ପୂର୍ବରୁ ଥିବା ଓପିଡି ସମୟ ପରିବର୍ତ୍ତନ କରିବା ସହ ରୋଗୀଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ଦେବା ପାଇଁ ନୂତନ ପ୍ରୟାସ।

କ୍ୟାପିଟାଲ ହସ୍ପିଟାଲ ପିଜିଆଇଏମଇଆରରେ ଓପିଡି ସମୟରେ ପରିବର୍ତ୍ତନ ହୋଇଛି। ଡିସେମ୍ବର ୧ରୁ ଦୈନିକ ନିରବଚ୍ଛିନ୍ନ ୬ଘଣ୍ଟା ପାଇଁ ବର୍ହିବିଭାଗ (ଓପିଡି) ସେବା ମିଳିବ। ଓପିଡି ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। କେବଳ ଦିନ ଗୋଟାଏରୁ ୨ଟା ପର୍ଯ୍ୟନ୍ତ ଲଞ୍ଚ ବ୍ରେକ ରହିବାସହ ଏହାବ୍ୟତୀତ ଜରୁରୀକାଳୀନ ସେବା ସନ୍ଧ୍ୟା ୫ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଜାରି ରହିବ। ରୋଗୀଙ୍କ ସ୍ୱାସ୍ଥ୍ୟକୁ ସାମ୍ନାରେ ରଖି ନୂତନ ପଦକ୍ଷେପ ନିଆଯାଇଛି। ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ବାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛି।

ପୂର୍ବରୁ ଓପିଡି ସକାଳ୮ରୁ ୧୨ଟା ସନ୍ଧ୍ୟା ୪ଟାରୁ ୬ଟା ପର୍ଯ୍ୟନ୍ତ ଖୋଲୁଥିଲା ଏବଂ ଏତିକି ସମୟ ମଧ୍ୟରେ ରୋଗୀମାନଙ୍କୁ ସଠିକ ସେବା ଯୋଗାଇଦିଆଯାଉନଥିଲା। ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ଲୋକଙ୍କୁ ଗୁଣାତ୍ମକ ଓ ଅତ୍ୟାଧୁନିକ ସେବା ଯୋଗାଇବା ଲାଗି ଏହି ପଦକ୍ଷେପ ନିଆଯାଇଛି। ନ୍ୟାଶନାଲ ମେଡିକାଲ କାଉନସିଲ (ଏନଏମସି) ପିଜିଆଇଏମଇଆରରେ ୨୦୨୨-୨୩ ଶିକ୍ଷା ବର୍ଷରେ ୨୪ଟି ପିଜି ସିଟରେ ୬ଟି ବିଭାଗରେ ନାମ ଲେଖିବା ପାଇଁ ଅନୁମତି ଦେଇଛନ୍ତି। ସର୍ଜରୀ, ମେଡିସିନ, ସ୍ତ୍ରୀ ରୋଗ ଓ ପ୍ରସୂତି, ଛାତି ରୋଗ, ଅସ୍ଥି ଶଲ୍ୟ ଓ ଶିଶୁ ବିଭାଗରେ ପିଜି ଖୋଲିଛି। ବର୍ତ୍ତମାନ ଏହି ୨୪ ସିଟରେ ନାମଲେଖା ପ୍ରକ୍ରିୟା ଜାରି ରହିଛି। ସୁସ୍ଥତା ସହ ରୋଗୀମାନଙ୍କୁ ରୋଗମୁକ୍ତ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ନୂତନ ନିୟମ ଜାରି ହେବ।

Leave A Reply

Your email address will not be published.