Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ : ବିଜେଡି-ବିଜେପି ଜାରି କଲେ ଷ୍ଟାର ପ୍ରଚାରକ ତାଲିକା

ବିଜେଡିର ନିର୍ବାଚନୀ ପ୍ରଚାର ମଙ୍ଗ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେଇଥିବାବେଳେ ବିଜେପିର ଦାୟିତ୍ୱ ନେଇଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି।

ଓଏଲ୍ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ହେଉଛି ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ପ୍ରଚାର। ଦଳୀୟ ପାର୍ଥି ମାନେ ଗାଁକୁ ଗାଁ ବୁଲି ଦମଦାର ପ୍ରଚାର କରୁଥିବା ବେଳେ ବିଜେଡି ଓ ବିଜେପି ଘୋଷଣା କରିଛନ୍ତି ଷ୍ଟାର ପ୍ରଚାରକ ତାଲିକା। ବିଜେଡିର ନିର୍ବାଚନୀ ପ୍ରଚାର ମଙ୍ଗ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେଇଥିବାବେଳେ ବିଜେପିର ଦାୟିତ୍ୱ ନେଇଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି।

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରଚାରକ ତାଲିକାରେ ୪୦ ଜଣ ରହିଥିବାବେଳେ ତାଲିକାର ପ୍ରଥମରେ ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଡ.ଅରୁଣ କୁମାର ସାହୁ, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସଚୀ ନାୟକ, ପ୍ରତାପ ଜେନା ଏବଂ ଆହୁରି ଅନେକ ନେତାଙ୍କୁ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିବ। କେବଳ ନେତା ନୁହେଁ ଦଳର ପ୍ରଚାରରେ ଅଭିନେତା ଆକାଶ ଦାସ ନାୟକ, ଅରିନ୍ଦମ ରାୟଙ୍କୁ ମଧ୍ଯ ଦେଖିବାକୁ ମିଳିବ।

ସେଇଭଳି ବିଜେପି ମଧ୍ୟ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ପ୍ରଚାରରେ ୪ ଜଣ କେନ୍ଦ୍ରମନ୍ତ୍ରୀ ଥିବାବେଳେ, ନୂଆ କରି ବିଧାୟକ ହୋଇଥିବା ସୁରଜ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି।ଷ୍ଟାର ପ୍ରଚାରକ ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା ଏବଂ ବିଶେଶ୍ୱର ଟୁଡୁ ରହିଛନ୍ତି।ତାଙ୍କ ସହିତ ବିରୋଧୀ ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଡି ପୁରନ୍ଦେଶ୍ୱରୀ, ବିଜୟ ପାଲ ସିଂ ତୋମାର ମଧ୍ୟ ରହିଛନ୍ତି।ପ୍ରତାପ ଷଡଙ୍ଗୀ, ସମୀର ମହାନ୍ତି, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂହ ଦେଓ, ଗିରିଧର ଗମାଙ୍ଗୋ, ଅପରାଜିତା ଷଡଙ୍ଗୀ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି।

Leave A Reply

Your email address will not be published.