Odisha Link
Bridging the Missing Links in Odisha

‘ଭୁବନେଶ୍ୱରକୁ ହାଇକୋର୍ଟ ଆଣ, ଜିଲ୍ଲା ଘୋଷଣାକର’

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରକୁ କଟକରେ ଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟକୁ ସ୍ଥାନାନ୍ତର କରାଯାଉ। ଏଥିସହିତ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା ଘୋଷଣା କରାଯାଉ ବୋଲି ଦାବି କରି ଆଇନଜୀବୀଙ୍କ ଧାରଣା। ଆଜି ଭୁବନେଶ୍ବର କୋର୍ଟରେ ତାଲା ପକାଇ ଧାରଣା ଦେଇଛନ୍ତି ଶହ ଶହ ଆଇନଜୀବୀ। ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି ।

ଏହାଛଡ଼ା ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା କରିବାକୁ ଦାବି କରି ଆଇନଜୀବୀମାନେ ଜିଲ୍ଲା ଜଜଙ୍କୁ ଘେରିବା ସହ କୋର୍ଟ ଫାଟକରେ ତାଲା ପକାଇଛନ୍ତି। ଏହି କାରଣରୁ କୋର୍ଟ ବାହାରେ ବିଚାରପତିମାନେ ଠିଆହୋଇଥିବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.