Odisha Link
Bridging the Missing Links in Odisha

ଶୈବପୀଠରେ ଉନ୍ମୁକ୍ତକାଣ୍ଡ , ଆଖଣ୍ଡଳମଣିରେ ସେବାୟତ ଗୁରୁତର

ବେଆଇନ୍ ଦକ୍ଷିଣା ଆଦାୟକୁ ବିରୋଧ କରିବାରୁ ଜଣେ ସେବାୟତ ଅନ୍ୟଜଣେ ସେବାୟତଙ୍କୁ ଆକ୍ରମଣ କରିଛନ୍ତି।

ଓଏଲ ବ୍ୟୁରୋ: ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠରେ ବିଶୃଙ୍ଖଳା। ପ୍ରସିଦ୍ଧ ବାବା ଆରଡି ଆଖଣ୍ଡଳମଣିଙ୍କ ମନ୍ଦିରରେ ଛୁରାମାଡ଼ ଘଟଣା। ମନ୍ଦିରରେ ନିୟମ ଉଲ୍ଲଙ୍ଘନ କରାଯାଉଥିବାବେଳେ ଶ୍ରଦ୍ଧାଳୁମାନଙ୍କ ଠାରୁ ବେଆଇନ୍ ଦକ୍ଷିଣା ଆଦାୟ କରାଯାଉଥିଲା। ଏହି ବେଆଇନ୍ ଦକ୍ଷିଣା ଆଦାୟକୁ ବିରୋଧ କରିବାରୁ ଜଣେ ସେବାୟତ ଅନ୍ୟଜଣେ ସେବାୟତଙ୍କୁ ଆକ୍ରମଣ କରିଛନ୍ତି।

ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ମନ୍ଦିରରେ ଅନେକ ଦିନ ହେବ ବିଭିନ୍ନ ପ୍ରକାରର ବିଶୃଙ୍ଖଳା ଦେଖାଯାଉଥିଲା। ବେଆଇନ୍ ଭାବେ ନିୟମ ଉଲ୍ଲଙ୍ଘନ କରି ଭକ୍ତଙ୍କୁ ପାଦୁକା ଚନ୍ଦନ ଦେଇ ଜବରଦସ୍ତି ଭାବେ ସେବାୟତ ଦକ୍ଷିଣା ଆଦାୟ କରୁଥିଲେ। ନିୟମ ଉଲ୍ଲଙ୍ଘନ କରିବାରୁ ବିବାଦ ହେବାରୁ ମନ୍ଦିର ପ୍ରଶାସନ ତରଫରୁ ଗତ ୧୦ତାରିଖରୁ ନିୟମ କଟକଣା କରାଯାଇଛି। କୌଣସି ନିୟମ କିଛି ସେବାୟତ ମାନୁନାହାନ୍ତି ଯାହା ଦ୍ଵାରା ବିଶୃଙ୍ଖଳା ସୃଷ୍ଟି ହୋଇଛି।

ନିୟମ ମାନୁନଥିବା ଅଣ ସେବାୟତଙ୍କୁ ମନ୍ଦିରର ସେବାୟତ ଗଦାଧର ପାଢୀ ବାରଣ କରିଥିଲେ। ହେଲେ ଏଥିରେ ଉତ୍ତ୍ୟକ୍ତ ହୋଇ ତପନ ପାଢୀ ସେବାୟତ ଗଦାଧର ପାଢୀଙ୍କ ଉପରେ ଛୁରାମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ଥିବା ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେବାୟତ ଜଣକ ଗୁରୁତର ଥିବାର ଜଣା ପଡିଛି। ମନ୍ଦିର ପ୍ରଶାସନ ଏ ନେଇ ଧୁଷୁରୀ ଥାନାରେ ଏତଲା ଦେଇଥିବାବେଳେ ଅଭିଯୋଗ ଆଧାରରେ ଛୁରାମାଡ କରିଥିବା ସେବାୟତ ତପନ ପାଢୀଙ୍କୁ ପୋଲିସ୍ ଥାନାରେ ଅଟକ ରଖିଛି।

Leave A Reply

Your email address will not be published.