Odisha Link
Bridging the Missing Links in Odisha

ସଡକ ଦୁର୍ଘଟଣା: ଦ୍ରୁତ ଗତିରେ ଗଛକୁ ପିଟିଲା କାର, ୩ମୃତ ୨ଆହତ

କାରଟି ଗତକାଲି ବିଳମ୍ବିତ ରାତିରେ ଉମରକୋଟଠାରୁ ନବରଙ୍ଗପୁର ଅଭିମୁଖେ ଯାତ୍ରା କରୁଥିବାବେଳେ କାର୍‌ରେ ୫ ଜଣ ବ୍ୟକ୍ତି ଥିଲେ

ଓଏଲ୍‌ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଘଟଣା ସ୍ଥଳରେ ଚଳନ୍ତା କାରଟି ଗଛରେ ପିଟି ହୋଇଥିଲା ଯାହା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ଥିବା ଖବର ସାମ୍ନାକୁ ଆସିଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ। ଘଟଣା ସ୍ଥଳରେ କାରରେ ଥିବା ୩ ଜଣ ହେଲେ ନବରଙ୍ଗପୁର ସହର ସ୍ଥିତ ଗାଦୁଆଗୁଡ଼ା ସାହିର ଏମ୍‌ଡି ସଦାମ, ରବିନ ହିଆଲ ଓ ସବନ ହିଆଲ୍।

କାରଟି ଗତକାଲି ବିଳମ୍ବିତ ରାତିରେ ଉମରକୋଟଠାରୁ ନବରଙ୍ଗପୁର ଅଭିମୁଖେ ଯାତ୍ରା କରୁଥିବାବେଳେ କାର୍‌ରେ ୫ ଜଣ ବ୍ୟକ୍ତି ଥିଲେ। ଦୁର୍ଘଟଣା କରିଥିବା କାରଟି ଦ୍ରୁତ ଗତିରେ ଥିବାବେଳେ ସରାଗୁଡ଼ା ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ରାସ୍ତାରେ ଦୁର୍ଘଟଣା ଘଟିଛି।ଘଟଣା ଘଟିବା ପରେ ଡାବୁଗାଁ ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରିବା ସହ ଦୁଇ ଗୁରୁତର ଆହତଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରିଛି। ଦୁର୍ଘଟଣା ସ୍ଥଳରେ ମୃତକଙ୍କ ପରିବାର ଲୋକେ ପହଞ୍ଚିଥିବା ଜଣାଯାଇଛି। ଉମରକୋଟ ଏସଡିପିଓ ସୁବେନ୍ଦୁ କୁମାର ସବର ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି।

Leave A Reply

Your email address will not be published.