Odisha Link
Bridging the Missing Links in Odisha

କର୍ଣ୍ଣାଟକ-ମହାରାଷ୍ଟ୍ର ମଧ୍ୟରେ ସୀମା ବିବାଦକୁ ନେଇ ସଂଘର୍ଷ

ଦୁଇ ରାଜ୍ୟ ବର୍ଷ ବର୍ଷ ଧରି କର୍ଣ୍ଣାଟକର ବେଲାଗଭୀକୁ ନିଜ ଅଞ୍ଚଳ ଦାବି କରି ଆସୁଥିବାବେଳେ ସୀମାରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଉତ୍ତେଜନା ଦେଖାଦେଇଛି।

ଓଏଲ୍‌ ବ୍ୟୁରୋ : ଲାଗିରହିଛି ସୀମାବିବାଦକୁ ନେଇ ସଂଘର୍ଷ। କର୍ଣ୍ଣାଟକ – ମହାରାଷ୍ଟ୍ର ମଧ୍ୟରେ ତେଜୁଛି ବିବାଦ। ଦୁଇ ରାଜ୍ୟ ବର୍ଷ ବର୍ଷ ଧରି କର୍ଣ୍ଣାଟକର ବେଲାଗଭୀକୁ ନିଜ ଅଞ୍ଚଳ ଦାବି କରି ଆସୁଥିବାବେଳେ ସୀମାରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଉତ୍ତେଜନା ଦେଖାଦେଇଛି। ସୀମା ବିବାଦ ପାଇଁ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ଥିବାବେଳେ ଏହି ପ୍ରସଙ୍ଗକୁ ନେଇ କର୍ଣ୍ଣାଟକ ବିଧାନସଭାରା ୧୦ ଦିନ ହେବ ବିତର୍କ ଚାଲିଥିଲା। ସେହି ସମୟରେ ମିଳିତ ଆନ୍ଦୋଳନ ସୃଷ୍ଟି ହୋଇଥିଲା।

ସୀମାରେ ଶିବସେନା, କଂଗ୍ରେସ ଏବଂ ଏନସିପିର କର୍ମୀମାନେ ହଙ୍ଗାମା କରିଥିବା ସମୟରେ ସୀମା ଅତିକ୍ରମ କରିବା ବେଳେ କର୍ଣ୍ଣାଟକ ପୁଲିସ ପକ୍ଷରୁ ବାଧା ସୃଷ୍ଟି କରାଯାଇଥିଲା। ପୁଲିସ କେତେକ ଆନ୍ଦୋଳନକାରୀଙ୍କୁ ଅଟକ ମଧ୍ୟ ରଖିଛି। ଏହି ବିବାଦକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ କେନ୍ଦ୍ରର ମୋଦି ସରକାରଙ୍କୁ ଦାୟୀ କରିଛନ୍ତି। ଉଭୟ ରାଜ୍ୟ କର୍ଣ୍ଣାଟକର ବେଲାଗଭୀକୁ ନିଜ ଅଞ୍ଚଳ ବୋଲି ଦାବି କରି ଆନ୍ଦୋଳନ ତୀବ୍ର ରୂପ ନେଇଥିବା ସୂଚନା।

Leave A Reply

Your email address will not be published.