ଭାରତରେ ୨୦୦ କୋଟି ଅତିକ୍ରମ କଲା କୋଭିଡ-୧୯ ଟୀକାକରଣ
କରୋନା ଜନିତ ଭୂତାଣୁରୁ ମୁକ୍ତି ପାଇବା ପାଇଁ କୋଭିଡ-୧୯ ଟୀକା ଦିଆଯାଉଥିବା ବେଳେ ଭାରତ ବର୍ତ୍ତମାନ ୨୦୦ କୋଟି ଟୀକାକରଣ ଅତିକ୍ରମ କରିସାରିଛି
ଓଏଲ୍ ବ୍ୟୁରୋ : ଟୀକାକରଣରେ ଇତିହାସ ରଚିଲା ଭାରତ। କୋଭିଡ- ୧୯ ଟୀକାରକରଣ ଅଭିଯାନରେ ଭାରତ ୨୦୦କୋଟି ଡୋଜ ଅତିକ୍ରମ କରିଥିବା ସୂଚନା। କରୋନା ଜନିତ ଭୂତାଣୁରୁ ମୁକ୍ତି ପାଇବା ପାଇଁ କୋଭିଡ-୧୯ ଟୀକା ଦିଆ ଯାଉଥିବାବେଳେ ଭାରତ ବର୍ତ୍ତମାନ ୨୦୦ କୋଟି ଟୀକାକରଣ ଅତିକ୍ରମ କରିସାରିଛି। ଯାହା ଆଗାମୀ ଦିନରେ ରୋଗୀ ଦେହରେ ରୋଗ ପ୍ରତିଷେଧକ ସୃଷ୍ଟି କରିବା ସହ ରୋଗ ସହ ଲଢ଼ିବା ପାଇଁ ରୋଗୀଙ୍କ ଦେହରେ ଆଂଟିବଡି ସୃଷ୍ଟି କରିବାରେ ସାହାଯ୍ୟ କରିବ।
କରୋନା ମହାମାରୀ ଦେଶରେ ଲୋକଙ୍କୁ ଭୟ ସୃଷ୍ଟି କରିବା ସହ ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ଭାରତରେ କରୋନାର ଲହରୀ ଦ୍ଵାରା ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏଥିରୁ ମୁକ୍ତି ପାଇବା ପାଇଁ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଯାହା ବର୍ତ୍ତମାନ ୨୦୦ କୋଟି ଅତିକ୍ରମ କରିସାରିଛି।