Odisha Link
Bridging the Missing Links in Odisha

ଜମି ବିବାଦରୁ ଗୁଳିକାଣ୍ଡ, ଜଣେ ମୃତ ୪ ଆହତ

ପଡୋଶୀ ରାଗ ଜର୍ଜରିତ ହୋଇ ଅନିରୁଦ୍ଧଙ୍କ ଉପରକୁ ୧୩ ରାଉଣ୍ଡ ଗୁଳି ଚାଳନା କରିଥିବାବେଳେ ତାଙ୍କ ଉପରେ ୧୦ ରାଉଣ୍ଡ ବାଜିଥିଲା

ଓଏଲ୍‌ ବ୍ୟୁରୋ : ଜମିଜମା ବିବାଦରୁ ଗୁଳିମାଡ଼। ଗୁଳିକାଣ୍ଡରେ ଜଣେ ମୃତ ଏବଂ ୪ଜଣ ଆହତ। ଘଟଣାଟି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁରେ ହୋଇଥିବାବେଳେ ଜମିଜମା ବିବାଦକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ସୂଚନା।

ଜମିଜମା ବିବାଦକୁ ନେଇ ୨ ପଡ଼ୋଶୀଙ୍କ ମଧ୍ୟରେ କଳହ ହୋଇଥିବା ବେଳେ କଳହ ତୀବ୍ର ରୂପ ନେଇଥିଲା। ଜଣେ ପଡୋଶୀ ଅନ୍ୟ ଜଣେ ପଡୋଶୀଙ୍କ ଉପରେ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତ ଅବସରପ୍ରାପ୍ତ ସେନା କର୍ମଚାରୀ ଜଣଙ୍କ ହେଲେ ଅନିରୁଦ୍ଧ ନାୟକ।

ଗୁଳିମାଡ଼ରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ଚିକିତ୍ସାଳୟ ନିଆଯାଇଥିବାର ସୂଚନା। ଦୀର୍ଘଦିନରୁ ଜମିଜମା ବିବାଦକୁ ନେଇ ଅନିରୁଧଙ୍କର ତାଙ୍କ ପଡୋଶୀଙ୍କ ସହ କଳହ ଲାଗିରହିଥିଲା। ଆଜି ସକାଳେ ୨ ପଡୋଶୀଙ୍କ ମଧ୍ୟରେ କଳହ ଲାଗିଥିବାବେଳେ ଝଗଡା ଉଗ୍ରରୂପ ନେଇଛି। ପଡୋଶୀ ରାଗ ଜର୍ଜରିତ ହୋଇ ଅନିରୁଦ୍ଧଙ୍କ ଉପରକୁ ୧୩ ରାଉଣ୍ଡ ଗୁଳି ଚାଳନା କରିଥିବାବେଳେ ତାଙ୍କ ଉପରେ ୧୦ ରାଉଣ୍ଡ ବାଜିଥିଲା। ଗୁଳିଚାଳନ ପରେ ଘଟଣାସ୍ଥଳରେ ଅନିରୁଦ୍ଧଙ୍କର ମୃତ୍ୟୁ ଘଟିଥିଲା। ଘଟଣା ଘଟିବା ପରେ ନୟାଗଡ଼ ପୁଲିସ ଘଟଣାର ତଦନ୍ତ ଜାରି କରିଛି।

Leave A Reply

Your email address will not be published.