ଭାରତରେ ଉଡିଲା ପାକିସ୍ତାନୀ ଡ୍ରୋନ୍
ଭାରତ ଆକାଶରେ ଡ୍ରୋନ୍ ଉଡିବା ସମୟରେ ସୀମା ସୁରକ୍ଷା ବଳ ଦ୍ୱାରା ଗୁଳି କରି ଡ୍ରୋନ୍ ହଟାଯାଇଥିବା ସୂଚନା।
ଓଏଲ୍ ବ୍ୟୁରୋ : ପୁଣିଥରେ ଭାରତରେ ପାକିସ୍ତାନୀ ଡ୍ରୋନ୍। ଭାରତ ଆକାଶରେ ଡ୍ରୋନ୍ ଉଡିବା ସମୟରେ ସୀମା ସୁରକ୍ଷା ବଳ ଦ୍ୱାରା ଗୁଳି କରି ଡ୍ରୋନ୍ ହଟାଯାଇଥିବା ସୂଚନା। ଭାରତର ପଞ୍ଜାବ ଗୁରୁଦାସପୁରରେ ୨ଟି ପାକିସ୍ତାନୀ ଡ୍ରୋନ୍ ଉଡିଥିବା ଦେଖିବାକୁ ମିଳିଥିଲା।
ଚନ୍ଦୁ ୱାଡ଼େଲା ଓ କୋସୱାଲ ପୋଷ୍ଟରେ ୨ଟି ପାକିସ୍ତାନୀ ଡ୍ରୋନ ଉଡିଥିବାର ସୂଚନା। ବିଏସଏଫ ଡିଆଇଜି ପ୍ରଭାକର ଯୋଶୀ ସୂଚନା ଦେଇଛନ୍ତି ଯେ ଡ୍ରୋନ ଉଡିବା ପରେ ଏହାକୁ ଗୁଳି କରି ହଟାଯାଇଥିଲା ପରେ ସର୍ଚ୍ଚ ଅପେରସନ ଆରମ୍ଭ କରାଯାଇଛି। ରବିବାର ରାତି ପ୍ରାୟେ ୧୦.୩୦ ସମୟରେ ପାକିସ୍ତାନ ଆଡୁ ଏକ ଡ୍ରୋନ ଗୁରୁଦାସପୁର କୋସୱାଲ ପୋଷ୍ଟରେ ଉଡ଼ୁଥିବାବେଳେ ସୁରକ୍ଷା କର୍ମୀ ଏହାକୁ ଗୁଳି କରି ହଟାଇଥିଲେ। ପରେ ରାତି ୧୨ଟା ସମୟରେ ଆଉ ଏକ ଡ୍ରୋନ ଚନ୍ଦୁ ୱାଡ଼େଲା ପୋଷ୍ଟରେ ଉଡିବାକୁ ଦେଖିବାକୁ ମିଳିଥିଲା। ସୁରକ୍ଷା କର୍ମୀଙ୍କ ଗୁଳି ଦ୍ୱାରା ୨ଟି ଡ୍ରୋନ ହଟାଯାଇଥିବାବେଳେ ବର୍ତ୍ତମାନ ସୁଧା ସର୍ଚ୍ଚ ଅପେରସନ ଜାରି ରହିଛି।