Odisha Link
Bridging the Missing Links in Odisha

୩ମାସର ଶିଶୁ କନ୍ୟାଙ୍କୁ ଧରି ବିଧାନସଭାରେ ବିଧାୟିକା

ସରୋଜ ୩ମାସର ଶିଶୁକୁ ଧରି ବିଧାନସଭାରେ ପହଞ୍ଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଓଏଲ୍‌ ବ୍ୟୁରୋ : ମହାରାଷ୍ଟ୍ରରୁ ମହିଳା ସଶକ୍ତିକରଣର ଏକ ନିଆରା ଉଦାହରଣ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନରେ ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିରା ପହଞ୍ଚିଥିଲେ। ବିଧାୟିକା ବିଧାନସଭାରେ ସୋମବାର ତାଙ୍କର ତିନି ମାସର ଶିଶୁକୁ କୋଳରେ ଧରି ପହଞ୍ଚିବା ସହ ଗୃହ ପ୍ରକ୍ରିୟାରେ ମଧ୍ୟ ଭାଗ ନେଇଥିଲେ।
ସରୋଜ କହିଛନ୍ତି, କରୋନା କାରଣରୁ ଗତ ୨.୫ ବର୍ଷ ଧରି ନାଗପୁରରେ କୌଣସି ଅଧିବେଶନ ଆୟୋଜିତ ହୋଇନାହିଁ। ମୁଁ ବର୍ତ୍ତମାନ ଜଣେ ମା’, କିନ୍ତୁ ମୋର ଭୋଟରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ବିଧାନସଭାକୁ ଆସିଛି। ସରୋଜ ୩ମାସର ଶିଶୁକୁ ଧରି ବିଧାନସଭାରେ ପହଞ୍ଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

Leave A Reply

Your email address will not be published.