Odisha Link
Bridging the Missing Links in Odisha

ଲିଜରେ ଦିଆଯିବ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର

ଭୁବନେଶ୍ୱର ବିମାନବନ୍ଦର ସମେତ ମୋଟ ୨୫ଟି ଏୟାରପୋର୍ଟକୁ ଲିଜରେ ଦିଆଯିବାକୁ ସୂଚନା

ଓଏଲ୍‌ ବ୍ୟୁରୋ : ଘରୋଇ ସଂସ୍ଥାକୁ ଲିଜରେ ଦିଆଯିବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ଆସନ୍ତା ୨୦୨୫ ସୁଦ୍ଧା ଭୂଅବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜରେ ଦିଆଯିବ। ଏହି ନିଷ୍ପତି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବାବେଳେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପରିଚାଳିତ ଭୁବନେଶ୍ୱର ବିମାନବନ୍ଦର ସମେତ ମୋଟ ୨୫ଟି ଏୟାରପୋର୍ଟକୁ ଲିଜରେ ଦିଆଯିବାକୁ ସୂଚନା ଦେଇଛନ୍ତି।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଡେନେରାଲ ଭି.କେ.ସିଂ ରାଜ୍ୟସଭାରେ ସୂଚନା ଦେଇଛନ୍ତି ଜାତୀୟ ମନେଟାଇଜେସନ ପାଇପଲାଇନ (ଏନଏମପି) ଅନୁସାରେ ଏସବୁ ଏୟାରପୋର୍ଟ ଗୁଡ଼ିକୁ ଲିଜରେ ଦିଆଯିବ। ବିମାନବନ୍ଦର ଗୁଡ଼ିକୁ ଘରୋଇ କ୍ଷେତ୍ରର ନିବେଶ ଓ କାର୍ଯ୍ୟଦକ୍ଷତା ଆସିବା ପରେ ସେଗୁଡ଼ିକର ଉତ୍ତମ ପରିଚାଳନା ହୋଇପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ୮ଟି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜରେ ଦିଆଯାଇଥିବାବେଳେ ବର୍ତ୍ତମାନ ଆହୁରି ୨୫ଟି ବିମାନବନ୍ଦରକୁ ଲିଜରେ ଦିଆଯିବ।

Leave A Reply

Your email address will not be published.