Odisha Link
Bridging the Missing Links in Odisha

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ରାଜ୍ୟ କଂଗ୍ରେସକୁ ମିଳିବକି ସଞ୍ଜିବନୀ ?

ଓଏଲ୍‌ ବ୍ୟୁରୋ: ନିକଟରେ ଶେଷ ହୋଇଥିବା ଦୁଇ ଦୁଇଟି ଉପନିର୍ବାଚନରେ ଅମାନତ ହରାଇଛି କଂଗ୍ରେସ। କମ୍‌ ଭୋଟ ପାଇବା ସହ ଦିନକୁ ଦିନ ରାଜ୍ୟରେ ଦୁର୍ବଳ ହୋଇଯାଉଛି କଂଗ୍ରେସ। ନିର୍ବାଚନ ସରିଲା ପରେ ଉଭୟ ବିଜେଡି ଓ ବିଜେପି କଂଗ୍ରେସ ଭୋଟ ଆମ ପାଖକୁ ଆସିଛି ବୋଲି ଯେଉଁ ଦମ୍ଭୋକ୍ତି ଦେଖାଉଛନ୍ତି ତାହା ହିଁ ରାଜ୍ୟରେ କଂଗ୍ରେସର ସ୍ଥିତି ଜାହିର କରୁଛି। ଏସବୁ ମଧ୍ୟରେ ରାଜ୍ୟ କଂଗ୍ରେସକୁ ସଞ୍ଜୀବନୀ ଦେବା ପାଇଁ ଓଡ଼ିଶା ଆସିବେ ମହାସଚିବ ପ୍ରିୟଙ୍କା ଗାନ୍ଧି। ବାରମ୍ବାର ପରାଜୟରେ ମନୋବଳ ହରାଇଥିବା କଂଗ୍ରେସ କର୍ମୀଙ୍କୁ ମନ୍ତ୍ର ଫୁଙ୍କିବା ପାଇଁ ପ୍ରିୟଙ୍କାଙ୍କୁ ଆଣିବାକୁ ଯୋଜନା କରିଛି ରାଜ୍ୟ କଂଗ୍ରେସ।

ସୂଚନାଯୋଗ୍ୟ, କଂଗ୍ରେସକୁ ସୃଦୃଢ କରିବା ପାଇଁ ଜାନୁଆରୀ ୨୬ରୁ ଆରମ୍ବ ହେବ କଂଗ୍ରେସର ହାଥ କୁ ହାଥ ଜୋଡ ଯାତ୍ରା।ଦୁଇ ମାସ ଧରି ରାଜ୍ୟରେ ଚାଲିବ କ୍ୟାମ୍ପେନ। ଏହି ଯାତ୍ରା ମାଧ୍ୟମରେ ବିଜେଡି ଓ ବିଜେପି ଉଭୟ ସରକାରଙ୍କ ବିଫଳତାକୁ ଲୋକମାନଙ୍କୁ ପାଖକୁ ନେବ କଂଗ୍ରେସ । ଏହା ସହିତ ପ୍ରତି ଗାଁରେ ଘରକୁ ଘର ବୁଲି କଂଗ୍ରେସର ଆଇଡିଓ ଲୋଜି ସମ୍ପର୍କରେ ଲୋକଙ୍କୁ ଅବଗତ କରେଇବେ କଂଗ୍ରେସ ନେତା। ପ୍ରତେକ ଗାଁରେ ସାଧାରଣ ସଭା ସହ ଜାତୀୟ ପତାକା ଉତ୍ତାଳନ କରାଯିବ। କଂଗ୍ରେସର ବରିଷ୍ଠ ନେତା ଏହି କାଯ୍ୟକ୍ରମରେ ସାମିଲ ହେବେ। ପ୍ରିୟଙ୍କା ଗାନ୍ଧି ଓଡିଶା ଆସି ଏକ ବିରାଟ ସଭାରେ ଉଧବୋଧନ ଦେବେ ବୋଲି ଆଜି କଂଗ୍ରେସ ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି l

ମିଳିଥିବା ସୂଚନା ମୁତାବିକ, ରାଜ୍ୟରେ ଖୁବଶୀଘ୍ର ଏକ ମହିଳା ସମାବେଶର ଆୟୋଜନ କରାଯିବ। ବରୁଣେଇରେ ଏହି ସମାବେଶ ହେବାର ଯଥେଷ୍ଟ ସମ୍ଭାବନା ଥିବା ନେଇ କହିଛନ୍ତି କିିଛି କଂଗ୍ରେସ ନେତା କେବଳ ପ୍ରିୟଙ୍କା ଗାନ୍ଧି ନୁହନ୍ତି ମଲ୍ଲିକାର୍ଜୁନ ଖଡଗେ ଓ ସୋନିଆ ଗାନ୍ଧିଙ୍କ ଭଳି ନେତାଙ୍କୁ ବି ଓଡିଶାରେ ସମାବେଶ କରିବାକୁ ଯୋଜନା କରୁଛି ଦଳ। ଏହା ହେଲେ ରାଜ୍ୟରେ କଂଗ୍ରେସ କର୍ମୀ ଉତ୍ସାହିତ ହୋଇପାରିବେ ବୋଲି ରାଜ୍ୟ ନେତୃତ୍ୱ ଆଶା ରଖିଛି।

ଆଗକୁ ଆସୁଥିବା ୨୦୨୪ ନିର୍ବାଚନରେ ବିଜେଡି ପଦ୍ମପୁର ଫର୍ମୁଲା ବିଜେପି ଧାମନଗର ଫୁର୍ମୁଲା ଆପଣାଇବାକୁ ଦାବୀ କରୁଥିବା ବେଳେ କଂଗ୍ରେସ ଓଡ଼ିଶା ଫର୍ମୁଲା ଆପଣାଇବାକୁ ନିଷ୍ପତ୍ତି ନେଇଛି । ରାଜ୍ୟରେ କଂଗ୍ରେସ ଶାସନରେ ଥିବା ବେଳେ ଯେଉଁ ସବୁ ଜନ କଲ୍ୟାଣ କାରୀ ଯୋଜନା ହୋଇଥିଲା ତାହା ଲୋକଙ୍କୁ ପାଖକୁ ନେବାକୁ ଦଳ ନିଶ୍ପତି ନେଇଛି । ସେପଟେ ଗୋଟିଏ ପରେ ଗୋଟିଏ ଉପନିର୍ବାଚନରେ କଂଗ୍ରେସରେ ଶୋଚନୀୟ ପରାଜୟ ଏବେ ଟିନ୍ତା ବଢେଇଛି ।

Leave A Reply

Your email address will not be published.