Odisha Link
Bridging the Missing Links in Odisha

ସିକିମରେ ସଡକ ଦୁର୍ଘଟଣା, ୧୬ ଯବାନ ସହିଦ

ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଓଏଲ୍‌ ବ୍ୟୁରୋ : ସିକିମରେ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାରେ ୧୬ଯବାନ ସହିଦ ହୋଇଥିବା ଜଣା ପଡିଛି। ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାରେ ୧୬ଯବାନ ସହିଦ ହୋଇଥିବା ଜଣା ପଡିଛି। ଘଟଣାଟି ଭାରତ-ଚୀନ ସୀମାରେ ହୋଇଥିବାବେଳେ ସେନାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଉତ୍ତର ସିକିମର ଜେମା ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା କୁହାଯାଉଛି। ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବେଙ୍ଗଲ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଯବାନଙ୍କୁ ନେଇ ଘାଟି ରାସ୍ତାରେ ଯାଉଥିବା ଗାଡ଼ିଟି ଏକ ବୁଲାଣିରେ ଭାରସାମ୍ୟ ହରାଇ ପ୍ରାୟ ୧୦୦ ଫୁଟ୍ ତଳକୁ ଖସି ପଡିବା ଦ୍ୱାରା ଘଟଣା ସ୍ଥଳରେ ଯବାନଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ବିଟ କରି ମୃତ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ରାଜନାଥ ସିଂ ଲେଖିଛନ୍ତି “ଉତ୍ତର ସିକ୍କିମରେ ସଡ଼କ ଦୁର୍ଘଟଣା ଯୋଗୁଁ ଭାରତୀୟ ସେନା ଯବାନଙ୍କ ଜୀବନହାନି ଖବର ପାଇ ଖୁବ ଦୁଃଖିତ। ସେମାନଙ୍କର ସେବା ଏବଂ ପ୍ରତିବଦ୍ଧତା ପାଇଁ ଦେଶ ଗଭୀର କୃତଜ୍ଞ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି”।

Leave A Reply

Your email address will not be published.