Odisha Link
Bridging the Missing Links in Odisha

ପାଣିରେ ବୁଡି ୩ ନାବାଳକ ମୃତ

ପୋଖରୀରେ ବୁଡି ଯାଇଥିବା ୩ ନାବାଳକଙ୍କୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟକୁ ନେବା ପରେ ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଛନ୍ତି।

ଓଏଲ୍‌ ବ୍ୟୁରୋ : ପୋଖରୀରେ ବୁଡି ଗାଧୋଇବା ହେଲା କାଳ। ପାଣିରେ ବୁଡି ଚାଲିଗଲା ୩ ନାବାଳକଙ୍କ ଜୀବନ। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସାତଭାୟାରେ ଘଟିଥିବା ସୂଚନା ମିଳିଛି। ଆଜି ପାଖାପାଖି ମଧ୍ୟାହ୍ନ ୧ଟା ବେଳେ କିଛି ପିଲା ପୋଖରୀରେ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ସେମାନଙ୍କ ମଧ୍ୟରୁ ୩ଜଣ ବୁଡି ଯାଇଥିଲେ। ସାଙ୍ଗରେ ଗାଧୋଉଥିବା ପିଲାମାନେ ପାଟି କରିବାରୁ ଗାଁ ଲୋକେ ସେମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ।

ପୋଖରୀରେ ବୁଡି ଯାଇଥିବା ୩ ନାବାଳକଙ୍କୁ ଗ୍ରାମବାସୀ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟକୁ ନେବା ପରେ ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ୍ୟୁ ହୋଇଥିବା ୩ ବାଳକ ପାଖାପାଖି ୧୦ରୁ ୧୧ ବର୍ଷ ମଧ୍ୟରେ ଅନୁମାନ କରଯାଉଛି। ୩ ବାଳକଙ୍କ ମୃତ୍ୟୁ ଖବରରେ ତାଙ୍କ ପରିବାରରେ ଶୋକର ଛାୟା ସୃଷ୍ଟି କରିଥିବାବେଳେ ଗ୍ରାମବାସୀ ମାନେ ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.