Odisha Link
Bridging the Missing Links in Odisha

ବୁଷ୍ଟର ଡୋଜ୍ ଭାବେ ମଞ୍ଜୁର ହୋଇଥିବା ନାଜାଲ ଭ୍ୟାକ୍ସିନର ମୂଲ୍ୟ ଘୋଷଣା

ନାଜାଲ ଭ୍ୟାକ୍ସିନ ଅନ୍ୟ ଭ୍ୟାକ୍ସିନ ଭଳି ପ୍ରଭାବଶାଳୀ ହୋଇଥିବାବେଳେ ବୁଷ୍ଟର ଡୋଜ୍ ପାଇଁ ଏହା ମାତ୍ର ୨ ବୁନ୍ଦା ନାକରେ ପକାଯିବ

ଓଏଲ୍‌ ବ୍ୟୁରୋ : ଚୀନରେ ବଢୁଥିବା କରୋନା ମହାମାରୀ ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଦେଇଛି। ଭାରତ ସରକାର ମହାମାରୀ ପାଇଁ ଦେଶ ବାସୀଙ୍କୁ ସତର୍କ ରହିବା ପାଇଁ ଉଦ୍ବୋଧନ ଦେଇଥିଲେ। ପୂର୍ବରୁ କରୋନାର ମୁକାବିଲା ପାଇଁ ୩ଟି ସ୍ତରରେ ଟୀକାକରଣ କରାଯାଉଥିବାବେଳେ ଶେଷ ଡୋଜ ବୁଷ୍ଟର ଡୋଜ ଭାବେ ଦିଆଯାଉଥିଲା। ଭ୍ୟାକ୍ସିନକୁ ସହଜ ଉପାୟରେ ଦିଆଯିବା ପାଇଁ ନାଜାଲ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନିକଟରେ ଭାରତ ସରକାର ମଂଜୁର ପ୍ରଦାନ କରିଛନ୍ତି।

ଭାରତ ବାୟୋଟିକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ ‘INCOVACC’ କୁ ଦେଶରେ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରାଯିବ। ଏହି ନାଜାଲ ଭ୍ୟାକ୍ସିନ ଅନ୍ୟ ଭ୍ୟାକ୍ସିନ ଭଳି ପ୍ରଭାବଶାଳୀ ହୋଇଥିବାବେଳେ ବୁଷ୍ଟର ଡୋଜ୍ ପାଇଁ ଏହା ମାତ୍ର ୨ ବୁନ୍ଦା ନାକରେ ପକାଯିବ। ଏହି ନାଜାଲ ଭ୍ୟାକ୍ସିନର ବଜାର ମୂଲ୍ୟ ଘୋଷଣା ହୋଇଥିବାବେଳେ ଏହାକୁ ୧୮ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ। ବୁଷ୍ଟର ଡୋଜ ଭାବେ ଦିଆଯିବା ପାଇଁ ପ୍ରସ୍ତୁତ ଇନକୋଭାକ୍ ନାଜାଲ ଭ୍ୟାକ୍ସିନର ମୂଲ୍ୟ ୮୦୦ ଟଙ୍କା। ଏହି ନାଜାଲ ଭ୍ୟାକ୍ସିନର ମୂଲ୍ୟ ସରକାର ସ୍ଥିର କରିଥିବା ଜଣା ପଡିଛି ଯାହା ‘cowin’ ଆପରେ ଉପଲବ୍ଧ ହେବ।