Odisha Link
Bridging the Missing Links in Odisha

ଆଜିଠୁ ବରଗଡରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ଧନୁଯାତ୍ରାର ଉଦଘାଟନୀ ଉତ୍ସବ ଥିବାବେଳେ ମୁଖ୍ୟ ଅତିଥି ଭାବେ ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଧନୁଯାତ୍ରାର ଉଦଘାଟନ କରିବେ

ଓଏଲ୍‌ ବ୍ୟୁରୋ : ଆଜିଠାରୁ କମ୍ପିବ ବରଗଡ଼। ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ସନ୍ଧ୍ୟାରେ ବରଗଡ଼ରେ ୭୫ତମ ଧନୁଯାତ୍ରା ଉଦ୍ଘାଟନ ହେବ। ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ଉପଲକ୍ଷେ ଧୁମଧାମରେ ପାଳନ ହେବ ଧନୁଯାତ୍ରା। ୧୧ଦିନ ଧନୁଯାତ୍ରା ହେବାକୁ ଥିବାବେଳେ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଧନୁଯାତ୍ରା ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି।

କରୋନା ମହାମାରୀ କାରଣରୁ ୨ବର୍ଷ ବନ୍ଦ ଥିଲା ଧନୁଯାତ୍ରା। ଏବର୍ଷ ଆଜିଠୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଯାହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି। ଧନୁଯାତ୍ରା ଉପଲକ୍ଷେ ଆଜି ଅପରାହ୍ନ ୨ଟା ୩୦ରେ ଗାନ୍ଧି ଛକରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତା ଦେଇ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିବ। ଏଥିରେ ଯୋଗ ଦେବେ ରାଜ୍ୟ ତଥା ରାଜ୍ୟ ବାହାରର ୨୦ଟି ସାଂସ୍କୃତିକ ଦଳ।

ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଂଧ୍ୟା ୬ଟାରେ ସେହି ଶୋଭାଯାତ୍ରା ହାଟପଦାରେ ଥିବା କଂସ ମହାରାଜଙ୍କ ରାଜଦରବାରରେ ପହଞ୍ଚିବ। ଆଜି ଧନୁଯାତ୍ରାର ଉଦଘାଟନୀ ଉତ୍ସବ ଥିବାବେଳେ ମୁଖ୍ୟ ଅତିଥି ଭାବେ ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଧନୁଯାତ୍ରାର ଉଦଘାଟନ କରିବେ। ଜାନୁଆରୀ ୬ତାରିଖ ଯାଏଁ ବରଗଡ ଚଳଚଞ୍ଚଳ ରହିବ। ବରଗଡ଼ ବାସୀଙ୍କ ମଧ୍ୟରେ ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ଉତ୍ସାହ ଦେଖାଦେଇଛି।

Leave A Reply

Your email address will not be published.