Odisha Link
Bridging the Missing Links in Odisha

ଶ୍ରୀକ୍ଷେତ୍ରରେ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ ସମ୍ବର୍ଦ୍ଧନା

ଟ୍ରଫିକୁ ସ୍ୱାଗତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଗତ ୨୫ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା ଆରମ୍ଭ କରିଛି ହକି ବିଶ୍ୱକପ୍ ଟ୍ରଫି

ଓଏଲ୍‌ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଥିବାବେଳେ ହକି ବିଶ୍ୱକପର ଟ୍ରଫି ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିସାରିଛି। ଆଜି ଗୋଟିଏ ଦିନ ଟ୍ରଫିକୁ ପୁରୀରେ ଭ୍ରମଣ କରାଯିବା ଯୋଜନା ରହିଛି। ପ୍ରଥମେ ହକି ବିଶ୍ୱକପ ଟ୍ରଫିକୁ ସମୁଦ୍ରକୂଳ ପରେ ସିଂହଦ୍ୱାର ସମ୍ମୁଖକୁ ନିଆଯିବ। ଟ୍ରଫିକୁ ସ୍ୱାଗତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଗତ ୨୫ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା ଆରମ୍ଭ କରିଛି ହକି ବିଶ୍ୱକପ୍ ଟ୍ରଫି।

ପୂର୍ବରୁ ହକି ବିଶ୍ୱକପ ଟ୍ରଫି ରବିବାର ଦିନ ରାଜଧାନୀ ପରିକ୍ରମା କରିବା ପରେ ନୟାଗଡ଼ ଓ ଖୋର୍ଦ୍ଧା ଭ୍ରମଣ କରିଥିଲା। ହକି ବିଶ୍ୱକପକୁ ନେଇ ହକି ପ୍ରେମୀ ମନରେ ଉତ୍କଣ୍ଠା ଦେଖା ଦେଇଛି। ସେଇଭଳି ଭାବେ ଆଜି ରାଜଧାନୀରେ ପ୍ରଥମ ଦଳ ଭାବେ ପହଁଞ୍ଚିଛି ଭାରତୀୟ ହକି ଟିମ୍‌। ପୁରୁଷ ହକି ବିଶ୍ବକପ୍‌ ୨୦୨୩ ଖେଳିବା ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲା ଭାରତୀୟ ହକି ଟିିମ୍‌। ଓଡ଼ିଆ ପୁଅ ଅମିତ ରୋହିତ ଦାସ ଦଳର ଉପଅଧିନାୟକ ଥିବାବେଳେ ଓଡ଼ିଶା ଖେଳାଳି ନିଲମ ଖେସ୍‌ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।

ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍‌ ଖେଳାଯିବ। ହକି ମହାକୁମ୍ଭ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ହରମନ୍‌ପ୍ରୀତଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ସଂଧ୍ୟା ସୁଦ୍ଧା ରାଉରକେଲାରେ ପହଞ୍ଚିବେ।ବିଶ୍ୱକପର ପ୍ରଥମ ଦଳ ଭାବେ ଘରୋଇ ଦଳ ରାଉରକେଲାରେ ପହଞ୍ଚିବ। ଆସନ୍ତାକାଲିଠାରୁ ଭାରତୀୟ ଖେଳାଳି ନିୟମିତ ଭାବେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.