Odisha Link
Bridging the Missing Links in Odisha

ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ଚାଲିଗଲା ଜୀବନ

ଓଏଲ୍‌ ବ୍ୟୁରୋ: ରାୟଗଡ଼ାରେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ତନାଘନା ଚାଲିଥିବା ବେଳେ ପାରାଦୀପରେ ଆଉ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତିରେ ଜଣେ ରୁଷୀୟ ଚିଫ୍‌ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହାଜରେ ତାଙ୍କ ମୃତଦେହ ମିଳିଛି। ମୃତକ ହେଲେ ମିଲ୍ ୟାକୁବ୍ ସର୍ଜଇ। ସେ ଜାହାଜର ଚିଫ୍ ଇଞ୍ଜିନିୟର ଥିଲେ। ତେବେ କେମିତି ତାଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ି ନଥିବାବେଳେ ଏନେଇ ପୋର୍ଟ କର୍ତ୍ତୃପକ୍ଷ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

ରାୟଗଡ଼ାରେ ଦୁଇଜଣ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା ସାରା ଦେଶରେ ଚର୍ଚ୍ଚାରେ ଥିବାବେଳେ ଏବେ ଆଉ ଜଣେ ରୁଷୀୟ ନାଗରିକଙ୍କର ମୃତ୍ୟୁ ସନ୍ଦେହ ବଢ଼ାଉଛି। ଗତବର୍ଷ ଡିସେମ୍ବର ୨୨ ତାରିଖରେ ରାୟଗଡ଼ା ବୁଲିବାକୁ ଆସିଥିବା ରୁଷିୟ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ପରେ ଡିସେମ୍ବର ୨୪ ତାରିଖରେ ଆଉ ଜଣେ ରୁଷୀୟ ପର୍ଯ୍ୟଟକ ଆଣ୍ଟୋନା ପାଭେଲଙ୍କ ମୃତ୍ୟୁ ହୋଇଥିଲା। ମୃତ ପାଭେଲ ରୁଷୀୟାର ଜଣେ ପୂର୍ବତନ ସାଂସଦ ଥିବା ଜଣାପଡ଼ିଥିଲା। ବର୍ତ୍ତମାନ ଦୁଇ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.