Odisha Link
Bridging the Missing Links in Odisha

ଫେବ୍ରୁଆରୀ ପହିଲାରେ ବଜେଟ

କେନ୍ଦ୍ରୀୟ ବଜେଟ ଅର୍ଥମନ୍ତ୍ରୀଙ୍କ ଦ୍ଵାରା ଫେବ୍ରୁଆରୀ ୧ରେ ଉପସ୍ଥାପନ

ଓଏଲ୍ ବ୍ୟୁରୋ : ଏବର୍ଷର କେନ୍ଦ୍ରୀୟ ବଜେଟ ଫେବ୍ରୁଆରୀ ପହିଲାରେ ଆଗତ ହେବ। ୨୦୨୩ ଜାନୁଆରୀ ୩୧ରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଫେବ୍ରୁଆରୀ ପହିଲାରେ ସଂସଦରେ ବଜେଟ ଉପସ୍ଥାପନ କରିବେ। ଆର୍ଥିକ ବର୍ଷ ୨୦୨୩-୨୦୨୪ ପାଇଁ ବଜେଟ ଉପସ୍ଥାପନ କରାଯିବ ନେଇ ସୂଚନା। ସୂଚନା ଅନୁସାରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ଯ୍ୟ।

ଲୋକସଭା ଓ ରାଜ୍ୟସଭାକୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଉଭୟ ଗୃହକୁ ପ୍ରଥମ ଥର ପାଇଁ ସମ୍ବୋଧନ କରିବେ ଦ୍ରୌପଦୀ ମୁର୍ମୁ। ତେବେ ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ। ଏହି କେନ୍ଦ୍ରୀୟ ବଜେଟ ଅର୍ଥମନ୍ତ୍ରୀଙ୍କ ଦ୍ଵାରା ଫେବ୍ରୁଆରୀ ୧ରେ ଉପସ୍ଥାପନ କରାଯିବା ସହ ଏପ୍ରିଲ ୬ ତାରିଖ ଯାଏଁ ଏହି ବଜେଟ ଅଧିବେଶନ ଚାଲିବା ନେଇ ସୂଚନା ମିଳିଛି। ସଂସଦରେ ୪ର୍ଥ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ବଜେଟ ଉପସ୍ଥାପନ କରିବେ। ଏଥର କେନ୍ଦ୍ରୀୟ ବଜେଟ ୨ଟି ବିଭାଗରେ ଅନୁଷ୍ଠିତ ହେବ। ଦେଶର ବିଭିନ୍ନ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ବଜେଟ ଉପସ୍ଥାପନ କରାଯିବ।

Leave A Reply

Your email address will not be published.