Odisha Link
Bridging the Missing Links in Odisha

ରାଜକୋଟରେ ‘ସୂର୍ଯ୍ୟକୁମାର’ଙ୍କ ରାଜ, ଶ୍ରୀଲଙ୍କା ଆଗରେ ୨୨୯ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଓଏଲ୍‌ ବ୍ୟୁରୋ: ନିର୍ଣ୍ଣାୟକ ମ୍ୟାଚରେ ଟିମ୍‌ ଇଣ୍ଡିଆର ଦମଦାର ବ୍ୟାଟିଂ ପ୍ରଦର୍ଶନ। ଟି-୨୦ ସିରିଜର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ମୋଟ ୨୨୮ ରନ୍‌ କରିଛି ଭାରତ। ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ସାଙ୍ଗକୁ ଶୁଭମନ ଗିଲ୍‌ ଓ ରାହୁଲ ତ୍ରିପାଠୀଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଶ୍ରୀଲଙ୍କା ଆଗରେ ୨୨୯ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଟିମ୍‌ ଇଣ୍ଡିଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ଟିମ୍‌ ଇଣ୍ଡିଆ ପକ୍ଷରୁ ଇଶାନ କିଷନ ଓ ଶୁଭମନ ଗିଲ୍‌ ଇନିଂସ୍‌ ଓପନ କରଥିଲେ। ହେଲେ ଦଳୀୟ ସ୍କୋର ମାତ୍ର ୩ ରନ୍‌ ହୋଇଥିବା ବେଳେ ଦଳକୁ ଲାଗିଥିଲା ପ୍ରଥମ ଝଟକା। ଇଶାନ କିଷନ ମାତ୍ର ୧ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ ଶୁବମନ ଗିଲଙ୍କ ସାଥ ଦେଇଥିଲେ ରାହୁଲ ତ୍ରିପାଠୀ। ସେ ମାତ୍ର ୧୬ଟି ବଲ ଖେଳି ଦମଦାର ୩୫ ରନର ଇନିଂସ୍‌ ଖେଳିଥିଲେ। ସେ ଆଉଟ୍‌ ହେବା ପରେ ମଇଦାନକୁ ଆସିଥିଲା ସୂର୍ଯ୍ୟକୁମାର ଯାଦବ। ସେ ଗିଲଙ୍କ ସହିତ ଶତକୀୟ ଭାଗିଦାରି ଇନିଂସ୍‌ ଖେଳିଥିଲେ। ମାତ୍ର ୪୫ଟି ବଲରେ ଶତକୀୟ ଇନିଂସ୍‌ ଖେଳିଥିଲେ ସୂର୍ଯ୍ୟକୁମାର ଯାଦବ।

ସୂର୍ଯ୍ୟକୁମାର ୫୧ ବଲ ଖେଳି ୧୧୨ ରନର ଅପରାଜିତ ଇନିଂସ୍‌ ଖେଳିଥିବା ବେଳେ ଅକ୍ଷର ପଟେଲ ୯ ବଲରେ ୨୧ ରନର ଅପରାଜିତ ଇନିଂସ୍‌ ଖେଳିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୁଶଙ୍କା ୨ଟି ଓ୍ବିକେଟ ନେଇଥିବା ବେଳେ କଶୁନ ରାଜଥା, ଚାମିକା କରୁଣାରତ୍ନେ, ହସରଙ୍ଗା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.