Odisha Link
Bridging the Missing Links in Odisha

ଟି-୨୦ରେ ସୂର୍ଯ୍ୟଙ୍କ ତୃତୀୟ ଶତକ, ଭାଙ୍ଗିଲେ ବହୁ ଷ୍ଟାର ଖେଳାଳିଙ୍କ ରେକର୍ଡ

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ନିର୍ଣ୍ଣାୟକ ଟି-୨୦ ମୁକାବିଲାରେ ଶାନଦାର ଶତକୀୟ ଇନିଂସ୍‌ ଖେଳିଛନ୍ତି ସୂର୍ଯ୍ୟକୁମାର ଯାଦବ। ବର୍ଷକ ମଧ୍ୟରେ ଇଣ୍ଟରନ୍ୟାସନାଲ ଟି-୨୦ କ୍ରିକେଟରେ ୩ଟି ଶତକୀୟ ଇନିଂସ୍‌ ଖେଳିଛନ୍ତି ସୂର୍ଯ୍ୟକୁମାର ଯାଦବ। ଏଥିସହିତ ବହୁ ରେକର୍ଡର ଅଧିକାର ହୋଇଛନ୍ତି ସୂର୍ଯ୍ୟ।

ଦମଦାର ଇନିଂସ ବଳରେ ସେ ଭାରତର କେଏଲ୍‌ ରାହୁଲ ଓ ପାକିସ୍ତାନର ବାବର ଆଜମଙ୍କ ସମେତ ବହୁ ବ୍ୟାଟସମ୍ୟାନ୍‌ଙ୍କୁ ପଛରେ ପକାଇଛନ୍ତି। ରାହୁଲ ଓ ଆଜବ ଟି-୨୦ କ୍ରିକେଟରେ ୨ଟି ଲେଖାଏଁ ଶତକୀୟ ଇନିଂସ୍‌ ଖେଳି ସାରିଛନ୍ତି। ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ ଟି-୨୦ କ୍ରିକେଟରେ ଶତକୀୟ ଇନିଂସ୍‌ ମାମଲାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ହିଁ କେବଳ ସୂର୍ଯ୍ୟଙ୍କ ଆଗରେ ରହିଛନ୍ତି।

ଟି-୨୦ କ୍ରିକେଟରେ ସୂର୍ଯ୍ୟକୁମାର ତୃତୀୟ ଶତକୀୟ ଇନିଂସ ଖେଳି ଅଷ୍ଟ୍ରେଲିଆର ଗ୍ଲେନ୍‌ ମାକ୍ସଓ୍ବେଲ ଓ ନ୍ୟୁଜିଲାଣ୍ଡର କଲିନ ମୁନରୋଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଏହି ଦୁଇ ଖେଳାଳି ସୂର୍ଯ୍ୟଙ୍କ ପୂର୍ବରୁ ଟି-୨୦ କ୍ରିକେଟରେ ୩ଟି ଲେଖାଏଁ ଶତକୀୟ ଇନିଂସ୍‌ ଖେଳି ସାରିଛନ୍ତି।

ସୂର୍ଯ୍ୟକୁମାର ଯାଦବ ଟି-୨୦ କ୍ରିକେଟରେ ପ୍ରଥମ ଶତକ ଜୁଲାଇ ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ମାରିଥିଲେ। ସେ ୫୫ ବଲରେ ୧୧୭ ରନର ଇନିଂସ୍‌ ଖେଳିଥିଲେ। ଏହାପରେ ନଭେମ୍ବର ୨୦୨୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ବିତୀୟ ଶତକ ମାରିଥିଲେ। ୫୧ଟି ବଲ୍‌ ଖେଳି ୧୧୧ ରନ୍‌ କରିଥିଲେ। ସେହିପରି ଆଜିର ମ୍ୟାଚରେ ୫୧ ବଳରେ ୧୧୨ରନର ଇନିଂସ ଖେଳିଥିଲେ।

ଆଜିର ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୪୫ଟି ବଲରେ ଶତକ ପୂରା କରିଥିଲେ। ଟିମ୍‌ ଇଣ୍ଡିଆର ଦ୍ବିତୀୟ ଖେଳାଳି ଭାବେ ସୂର୍ଯ୍ୟ ଦ୍ରୁତ ଶତକୀୟ ଇନିଂସ୍‌ ଖେଳିଛନ୍ତି। ଭାରତ ପାଇଁ କ୍ୟାପ୍ଟେନ ରୋହିତ ଶର୍ମା ମାତ୍ର ୩୫ ବଲରେ ଶତକୀୟ ଇନିଂସ୍‌ ଖେଳିଥିଲେ। ୨୦୧୭ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଏହି ଶାନଦାର ଇନିଂସ ଖେଳିଥିଲେ ରୋହିତ।

Leave A Reply

Your email address will not be published.