Odisha Link
Bridging the Missing Links in Odisha

ଅର୍ଚ୍ଚନା ନାଗ ମାମଲା : ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିବ ଇଡି

୧୩ଶହ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ରଙ୍କ ନାଁ ରହିଛି

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ହୋଇପାରେ ଖୁଲାସା। ଏହି ମାମଲାକୁ ନେଇ ଇଡି ଦାଖଲ କରିବ ଆଜି ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ। ସୂଚନା ଅନୁସାରେ ୧୩ଶହ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ରଙ୍କ ନାଁ ରହିଛି। ଚାର୍ଜସିଟରେ ଇଡି ଦ୍ୱାରା ଉଲ୍ଲେଖ କରାଯାଇଛି ଯେ ଅର୍ଚ୍ଚନା ନାଗ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ।

ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ମନି ଲଣ୍ଡରିଂର ବ୍ୟାପକ ପ୍ରମାଣ ମିଳିଥିବା କୁହାଯାଉଛି। ୩ ଜଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ମଧ୍ୟ ଜଣା ପଡିଛି। ବ୍ଲାକମେଲର ଅର୍ଚ୍ଚନାଙ୍କ ମାୟାଜାଲରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ପଡ଼ିଛନ୍ତି। ଫିଲ୍ମ ପ୍ରଯୋଜକଙ୍କ ଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ ବିଲଡର, ନେତା ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଅର୍ଚ୍ଚନାଙ୍କ ବ୍ଲାକମେଲର ଶିକାର ହୋଇଛନ୍ତି।

୧୩୦୦ ପୃଷ୍ଠାର ଏହି ଚାର୍ଜସିଟରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ସବିଶେଷ ତଥ୍ୟ ରହିଥିବା ଜଣା ପଡିଛି। ପୂର୍ବରୁ ଇଡି ଏହି ମାମଲାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଜେରା କରିଥିବା ଖବର ସାମ୍ନାକୁ ଆସିଥିଲା। ତେବେ ଇଡି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କୁ ଜେରା କରିବା ପରେ ଚାର୍ଜସିଟ ପ୍ରସ୍ତୁତ କରିଥିଲା ଏବଂ ଆଜି ପ୍ରଥମ ପର୍ଯ୍ୟାୟରେ ଦାଖଲ କରିବ ପ୍ରବର୍ତନ ନିର୍ଦେଶାଳୟ। ଚାର୍ଜସିଟ୍ ଦାଖଲ ପରେ ଅର୍ଚ୍ଚନାଙ୍କ ଅମାପ ସମ୍ପତି ଏବଂ କଳା ସାମ୍ରାଜ୍ୟର ହୋଇପାରେ ଖୁଲାସା।

Leave A Reply

Your email address will not be published.