Odisha Link
Bridging the Missing Links in Odisha

ବିଶ୍ବର ଦୀର୍ଘତମ କ୍ରୁଜ୍ ଯାତ୍ରା ‘ଗଙ୍ଗା ବିଳାସ’ର ଶୁଭାରମ୍ଭ

କ୍ରୁଜ୍‌ ଯାତ୍ରା ସମୟରେ ଦୁଇଟି ଦେଶରେ ଥିବା ୨୭ଟି ନଦୀ ପଥ ଅତିକ୍ରମ କରିବା ସମୟରେ ୫୦ଟି ପର୍ଯ୍ୟଟନ ସ୍ଥଳୀ ଗସ୍ତ କରିବ

ଓଏଲ୍‌ ବ୍ୟୁରୋ : ବାରାଣସୀରେ ବିଶ୍ବର ଦୀର୍ଘତମ ‘ରିଭର୍‌ କ୍ରୁଜ୍‌’ ‘ଏମ. ଭି. ଗଙ୍ଗା ବିଳାସ’ ଯାତ୍ରାର ଶୁଭାରମ୍ଭ ହୋଇଛି। ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି। କ୍ରୁଜ୍‌ ଯାତ୍ରା ‘ଗଙ୍ଗା ବିଳାସ’ ବାରାଣାସୀରୁ ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡ଼ରେ ପହଞ୍ଚିବ। ୫୧ ଦିନରେ ପହଂଚିବାକୁ ଥିବା ଏହି ରିଭର୍‌ କ୍ରୁଜ୍‌ ଯାତ୍ରା ସମୟରେ ଦୁଇଟି ଦେଶରେ ଥିବା ୨୭ଟି ନଦୀ ପଥ ଅତିକ୍ରମ କରିବା ସମୟରେ ୫୦ଟି ପର୍ଯ୍ୟଟନ ସ୍ଥଳୀ ଗସ୍ତ କରିବ।

ଭିସି ଯୋଗେ ଏହାକୁ ଶୁଭାରମ୍ଭ କରିବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗଙ୍ଗାନଦୀରେ ବିଶ୍ବର ଦୀର୍ଘତମ ‘ରିଭର୍‌ କ୍ରୁଜ୍‌’ ସେବା ଆରମ୍ଭ ହେବା ସ୍ମରଣୀୟ ମୁହୂର୍ତ୍ତ। ଏହି ସେବା ଭାରତର ପର୍ଯ୍ୟଟନରେ ଏକ ନୂଆ ଯୁଗର ବାର୍ତ୍ତାବହ ହେବ। ଭାରତକୁ ଶବ୍ଦରେ ପରିପ୍ରକାଶ କରି ହେବନାହିଁ, କେବଳ ଅନ୍ତରରେ ହିଁ ଅନୁଭବ କରିହେବ ବୋଲି ପ୍ରଧାନମନ୍ତ୍ରୀ ଆଜି କ୍ରୁଜ୍‌ର ପ୍ରଥମ ଜଳଯାତ୍ରାରେ ଯାଉଥିବା ବିଦେଶୀ ପର୍ଯ୍ୟଟକମାନଙ୍କୁ ସମ୍ବୋଧନ କହିଛନ୍ତି।

Leave A Reply

Your email address will not be published.