Odisha Link
Bridging the Missing Links in Odisha

ଘନ କୁହୁଡି ପାଇଁ ଡ଼ଙ୍ଗା ଚଳାଚଳ ବନ୍ଦ

କୁହୁଡ଼ି ନକମିବା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

ଓଏଲ୍‌ ବ୍ୟୁରୋ : ଘନ କୁହୁଡି ଯୋଗୁଁ ମଝି ଚିଲିକାରେ ଡଙ୍ଗା ଫସି ରହିବା ପରେ ଡଙ୍ଗା ଚଳାଚଳକୁ ନେଇ କଟକଣା ଲାଗିଛି। କୁହୁଡ଼ି ନକମିବା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରହିବା ନେଇ ଏସଡିପିଓଙ୍କ ସୂଚନା। ବାଲୁଗାଁରୁ ଚିଲିକା ଦେଇ କାଳିଜାଇ ଯାଉଥିବା ଡଙ୍ଗା ଚଳାଚଳ ବନ୍ଦ।

ସୂଚନା ଅନୁସାରେ, ଘନ କୁହୁଡ଼ି ଯୋଗୁଁ ଚିଲିକାରେ ଫସିରହିଥିଲା ଡଙ୍ଗା। ମା’ କାଳିଜାଇଙ୍କ ଦର୍ଶନ କରିବାକୁ ଯାଇ ମଝି ଚିଲିକାରେ ଯାତ୍ରୀ ନେଇ ଯାଉଥିବା ୪ଟି ଡଙ୍ଗା ଫସିଥିଲା। ଘନ କୁହୁଡି ଯୋଗୁଁ ନାଉରିଆ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଚିଲିକାରେ ଫସିଥିବା ୪ ଡ଼ଙ୍ଗା ମଧ୍ୟରୁ ଗୋଟିଏ ଡଙ୍ଗା କୃଷ୍ଣପ୍ରସାଦ ପଟୁ ଯାଇଥିବା ବେଳେ ଆଉ ୩ଟି ବାଲୁଗାଁ ପଟୁ ଆସିଥିବା ଜଣାଯାଇଛି। ତେବେ ଘନ କୁହୁଡି ଯୋଗୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଡ଼ଙ୍ଗା ଚଳାଚଳ ବନ୍ଦ ରହିଥିବା ଜଣା ପଡିଛି।