Odisha Link
Bridging the Missing Links in Odisha

ବ୍ରିଜରୁ ପଡି ଗୁରୁତର ଥିବା ସ୍କୁଲ ଛାତ୍ରଙ୍କ ମୃତ୍ୟୁ

ବୁର୍ଲା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ : ଗତକାଲି ଏକ ସ୍କୁଲ ଛାତ୍ର ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟ ଫ୍ଲାଏ ଓଭର ବ୍ରିଜରୁ ତଳକୁ ଖସି ଗୁରୁତର ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଥିଲା। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବୁର୍ଲା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।

ମୃତ ସ୍କୁଲ ଛାତ୍ର ଜଣକ ହେଲେ କ୍ଲିଫର୍ଡ କୁଜୁର। କ୍ଲିଫର୍ଡ କୁଜୁରଙ୍କ ଘର ସମ୍ବଲପୁର ସହରର ସରଳା କଲୋନୀଠାରେ ଏବଂ ସେ ସ୍ଥାନୀୟ ସେଣ୍ଟ ଜୋସେଫ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଗତକାଲି ସ୍କୁଲରେ ପରୀକ୍ଷା ଥିବା ବେଳେ ପରୀକ୍ଷା ସାରି କ୍ଲିଫର୍ଡ ଅପରାହ୍ନ ଗୋଟାଏରେ ସାଇକେଲ ଯୋଗେ ଘରକୁ ଯାଉଥିବାବେଳେ ଫ୍ଲାଏ ଓଭର ଅତିକ୍ରମ କରୁଥିବା ସମୟରେ ଅଚାନକ ତଳକୁ ଖସି ପଡ଼ିଥିଲେ।

ସେ କିପରି ତଳକୁ ଖସିଲେ ନା ତାଙ୍କୁ କିଏ ତଳକୁ ଠେଲି ଦେଇଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ବ୍ରିଜରୁ ଖସିପଡିଥିବାରୁ ସେ ଗୁରୁତର ଆହତ ହୋଇଥିଲେ ଯାହା ଦ୍ୱାରା ତାଙ୍କର ଆଜି ଜୀବନ ଚାଲିଯାଇଛି।

Leave A Reply

Your email address will not be published.