Odisha Link
Bridging the Missing Links in Odisha

ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁ ପାଇଁ ୨ ଜଣ ଦାୟୀ ବୋଲି ହାତ ଲେଖା ଚିଠିରେ ଉଲ୍ଲେଖ

୨ ଜଣଙ୍କ ମଧ୍ୟରୁ ଜଣେ କୋଚ୍‌ ଏବଂ ଅନ୍ୟ ଜଣେ ଓସିଏର ପୂର୍ବତନ ସଦସ୍ୟ ବୋଲି ହାତଲେଖା ଚିଠିରୁ ଜଣା ପଡିଛି।

ଓଏଲ୍‌ ବ୍ୟୁରୋ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଠାବ ଘଟଣାରେ ଆଉ ଏକ ନୂଆ ମୋଡ। ରାଜଶ୍ରୀଙ୍କ ଗାଡ଼ି ଡିକିରୁ ମିଳିଥିବା ଚିଠିକୁ ନେଇ ପୁଳିସ ତଦନ୍ତ କରୁଥିବାବେଳେ ହାତ ଲେଖା ଚିଠିରେ ତାଙ୍କ ମୃତ୍ୟୁ ପାଇଁ ୨ ଜଣ ଦାୟୀ ବୋଲି ଉଲ୍ଲେଖ ହୋଇଥିବା ଜଣା ପଡିଛି। ୨ ଜଣଙ୍କ ମଧ୍ୟରୁ ଜଣେ କୋଚ୍‌ ଏବଂ ଅନ୍ୟ ଜଣେ ଓସିଏର ପୂର୍ବତନ ସଦସ୍ୟ ବୋଲି ହାତଲେଖା ଚିଠିରୁ ଜଣା ପଡିଛି। ତେବେ ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି କରିଛି।

ପୂର୍ବରୁ ମହିଳା କ୍ରିକେଟର ରାଜଶ୍ରୀଙ୍କ ଗୁରୁଡ଼ିଝାଟିଆ ଥାନା ଏକ ଘଞ୍ଚ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା। ଏହା ମୃତ୍ୟୁ ନା ହତ୍ୟା, ତାହାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଘଟଣାର ତଦନ୍ତ ପୁଲିସ ଜାରି କରିଥିବାବେଳେ ଏକ ହାତଲେଖା ଚିଠି ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଜାନୁଆରୀ ୧୧ ତାରିଖ ସକାଳେ ମହିଳା କ୍ରିକେଟର ରାଜଶ୍ରୀ ବଜ୍ରକବାଟୀରେ ପଡ଼ିଥିବା କ୍ୟାମ୍ପ୍‌ରୁ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡିଥିଲା। ପରେ ତାଙ୍କ ମୋବାଇଲ୍ ସୁଇଚ ଅଫ୍ ଥିବା ବେଳେ ପରିବାର ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନଥିଲା। ଏନେଇ ଅଭିଯୋଗ ପରେ ମଙ୍ଗଳାବାଗ ଥାନା ପୁଲିସ ମୋବାଇଲ୍‌ର ଶେଷ ଲୋକେସନକୁ ଠାବ କରିବାକୁ ଉଦ୍ୟମ ଚଳାଇଥିଲା।

ରାଜଶ୍ରୀ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ଓଡ଼ିଶା କୋଚ୍ ଏତଲା ଦେଇଥିଲେ। ରାଜଶ୍ରୀ ୧୧ ତାରିଖରୁ ନିଖୋଜ ହୋଇଥିବା ନେଇ ଏତଲାରେ ସେ ଉଲ୍ଲେଖ କରିଥିଲେ। ରାଜଶ୍ରୀ ୨୫ ଜଣିଆ ମହିଳା କ୍ରିକେଟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ମହିଳା କ୍ରିକେଟର ରାଜଶ୍ରୀ କଟକ ବଜ୍ରବାଟିରେ ଥିବା ଏକ ହୋଟେଲରେ ରହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଉଥିଲେ। ଚୂଡ଼ାନ୍ତ ଦଳରେ ସ୍ଥାନ ନ ମିଳିବାରୁ ରାଜଶ୍ରୀ ଚାପରେ ଥିବା ତାଙ୍କ କୋଚ୍‌ ଏତଲାରେ ଦର୍ଶାଇଥିଲେ।

ଅନ୍ୟପଟେ ବାଇକ ଓ ହେଲମେଟ୍ କପୁରସିଂ ଜଙ୍ଗଲରୁ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍‌ ମିଳିଥିଲା। ଯାହାକୁ ନେଇ ସନ୍ଦେହ ବଢ଼ିଥିବାବେଳେ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ଠାବ କରିଥିଲା ପୁଲିସ। ପରେ ତାଙ୍କ ସ୍କୁଟି ଡିକିରୁ ଏକ ହାତଲେଖା ଚିଠି ପାଇଥିଲା ଯେଉଁଥିରେ ମୃତ୍ୟୁ ପାଇଁ ୨ ଜଣ ଦାୟୀ ବୋଲି ଜଣା ପଡିଛି।

Leave A Reply

Your email address will not be published.