Odisha Link
Bridging the Missing Links in Odisha

ସାମ୍ନାକୁ ଆସିଲା ମୃତ ମହିଳା ଶିଳ୍ପୀଙ୍କ ଫେସବୁକ୍‌ର ଶେଷ ପୋଷ୍ଟ

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଫେସବୁକରେ ଶେଷ ପୋଷ୍ଟ କରିଛନ୍ତି ମୃତ ମହିଳା ଶିଳ୍ପୀ

ଓଏଲ୍‌ ବ୍ୟୁରୋ : କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ମାଆ ଏବଂ ପୁଅର ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଘର ଭିତରୁ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ମୃତ ମହିଳାଙ୍କ ଶିଶୁଙ୍କ ତଣ୍ଟି କଟାଯାଇ ମାରି ଦିଆଯାଇଥିବା ସନ୍ଦେହ କରାଯାଉଥିଲା। ତେବେ ଏହାକୁ ନେଇ ତଦନ୍ତ ଚାଲିଥିବାବେଳେ ମୃତ ମହିଳା ଶିଳ୍ପୀଙ୍କ ଶେଷ ପୋଷ୍ଟ ଆଣିଲା ମୃତ୍ୟୁ ଘଟଣାରେ ନୂଆ ମୋଡ଼। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଫେସବୁକରେ ଶେଷ ପୋଷ୍ଟ କରିଛନ୍ତି ମୃତ ମହିଳା ଶିଳ୍ପୀ। ଆଇ କୁଇଟ୍ ବୋଲି ଶେଷ ପୋଷ୍ଟରେ ଲେଖିଛନ୍ତି ଶିଳ୍ପୀ।

ସ୍ୱାମୀଙ୍କ ନାଁ ଯୋଡ଼ି ଶିଳ୍ପୀ ସନ୍ତୋଷ ଖୁଣ୍ଟିଆ ନାଁରେ ଆଇଡି ଖୋଲିଥିଲେ ଶିଳ୍ପୀ। ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ମୃତ ମହିଳା ଶିଳ୍ପୀ କରିଥିବା ଏଭଳି ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ଉଭୟ ପରିବାର ଘଟଣା ସ୍ଥଳରେ ପହଞ୍ଚି ଆରୋପ, ପ୍ରତ୍ୟାରୋପ କରିଥିବା ଜଣା ପଡିଥିଲା। ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.