Odisha Link
Bridging the Missing Links in Odisha

‘ଜ୍ୱାଇଁ ନିର୍ଯାତନା ଦେଉଥିବାରୁ ଝିଅ ଆତ୍ମହତ୍ୟା କରିଛି’

ଯେତେବେଳେ ଝଗଡା ହେଉଥିଲା ଝଗଡ଼ା ବେଳେ ସେ ପୁଅକୁ ମାରିଦେବ ବୋଲି ଧମକ ଦେଉଥିଲା ବୋଲି ମୃତ ମହିଳାଙ୍କ ସ୍ୱାମୀ କହିଛନ୍ତି।

ଓଏଲ୍‌ ବ୍ୟୁରୋ : କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ମାଆ ଏବଂ ପୁଅର ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଘର ଭିତରୁ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ମୃତ ମହିଳାଙ୍କ ଶିଶୁଙ୍କ ତଣ୍ଟିକଟାଯାଇ ମାରିଦିଆଯାଇଥିବା ସନ୍ଦେହ କରାଯାଉଥିଲା। ମୃତ ମହିଳାଙ୍କ ମାଆ ଝିଅର ଆତ୍ମହତ୍ୟାର ଆରୋପ ଝିଅର ସ୍ୱାମୀ ଉପରେ ଲଗାଇଛନ୍ତି। ତାଙ୍କ କହିବା ଅନୁସାରେ, ଜ୍ୱାଇଁ ନିର୍ଯାତନା ଦେଉଥିବାରୁ ଝିଅ ଆତ୍ମହତ୍ୟା କରିଛି।

ଅନ୍ୟପଟେ, ମାଆ ଓ ପିଲାର ମୃତ୍ୟୁର କାରଣକୁ ନେଇ ମୃତ ମହିଳାଙ୍କ ସ୍ୱାମୀ ପ୍ରତିକ୍ରିୟା ରଖିଛନ୍ତି ଯେ, ଶ୍ୱଶୁର ଘର ଲୋକଙ୍କ ଯୋଗୁଁ ଘରେ ଅଶାନ୍ତି ଥିଲା। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲି। ବାହାଘର ପରଠାରୁ ଝିଅର ମାଆ ଓ ବଡ଼ ଭଉଣୀ ହସ୍ତକ୍ଷେପ କରୁଥିଲେ ବୋଲି ସେ କହିଛନ୍ତି। ସବୁବେଳେ ଝଗଡ଼ା କରି ସ୍ତ୍ରୀ ତାଙ୍କ ବାପ ଘରକୁ ପଳାଉଥିଲା ଏବଂ ସମାଧାନ କରିବାକୁ ଯାଇଥିବା ବେଳେ ସେମାନେ ତାଙ୍କୁ ପିଟିଥିଲେ।

ଦେଢ଼ଶାଶୁ ତାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ ଏବଂ ସ୍ତ୍ରୀ ଆଦୌ ଆମ ଘରକୁ ଯିବାକୁ ଚାହୁଁନଥିଲେ। ଯେତେବେଳେ ଝଗଡା ହେଉଥିଲା ଝଗଡ଼ା ବେଳେ ସେ ପୁଅକୁ ମାରିଦେବ ବୋଲି ଧମକ ଦେଉଥିଲା ବୋଲି ମୃତ ମହିଳାଙ୍କ ସ୍ୱାମୀ କହିଛନ୍ତି। ଛୁଆଟିକୁ ସାବତ ମାଆ ମାରିଥିବା ଅଭିଯୋଗ କଲେ ଶିଶୁପୁତ୍ରର ଜେଜେ। ପ୍ରଥମ ପତ୍ନୀର ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ ତାଙ୍କ ପୁଅ। ତେବେ ପୁଅକୁ ବୋହୂ ସବୁବେଳେ ମାନସିକ ନିର୍ଯାତନା ଦେଉଥିବା କହିଲେ ମୃତ ମହିଳାଙ୍କ ଶଶୁର। ପୁଲିସ ଘଟଣାର ତଦନ୍ତ ଜାରି କରିଥିବା ଜଣା ପଡିଛି।

Leave A Reply

Your email address will not be published.