Odisha Link
Bridging the Missing Links in Odisha

ଜବତ ହେଲା ମଦ ବୋଝେଇ ଟ୍ରକ, ୩ ଅଭିଯୁକ୍ତ ଗିରଫ

ପୁଲିସ ୧୬୮ ପେଟି ମଦ ଜବତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ

ଓଏଲ୍‌ ବ୍ୟୁରୋ : ଭୁବନେଶ୍ୱରରୁ ଚୋରି ମଦ ବୋଝେଇ ଟ୍ରକ୍ ଅନୁଗୁଳରେ ଜବତ କଲା ପୁଲିସ। ଜାଲ କାଗଜପତ୍ର ଦେଖାଇ ଟ୍ରକରେ ମଦ ନେଇ ଯାଉଥିଲେ ଦୁର୍ବୁତ୍ତ। ଚୋରା ମଦ କାରବାର ସହ ଜାଲ କାଗଜପତ୍ର ଦ୍ୱାରା ମଦ ନେଇଯାଉଥିବା ୩ ଦୁର୍ବୁତ୍ତ ଗିରଫ ହୋଇଥିବା ଜଣା ପଡିଛି।

ସୂଚନା ଅନୁସାରେ, ଭୁବନେଶ୍ୱର ପାତ୍ରପଡା ଭଗବାନପୁର ଡିପୋରୁ ୫୬ ଲକ୍ଷର ମଦ ଚୋରି ହୋଇଥିଲା। ଦୁର୍ବୁତ୍ତ ମାନେ ଜାଲ୍ କାଗଜପତ୍ର ଦେଖାଇ ୯୫୦ କାର୍ଟୁନ ମଦ ନେଇଯାଇଥିଲେ। ଏହି ଚୋରା ମଦକୁ ଅନୁଗୁଳର ବିଭିନ୍ନ ବେଆଇନ ମଦ ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ। ତେବେ ଅଭିଯୋଗ କ୍ରମେ ତମାଣ୍ଡୋ ଥାନା ପୁଲିସ ୧୬୮ ପେଟି ମଦ ଜବତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

Leave A Reply

Your email address will not be published.