Odisha Link
Bridging the Missing Links in Odisha

ଘର ଭିତରୁ ମିଳିଲା ମାଆ ଓ ଶିଶୁର ମୃତଦେହ

ମୃତ ମହିଳାଜଣକ ଉକ୍ତ ବ୍ୟକ୍ତିଙ୍କ ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ ପିଲାଟି ପ୍ରଥମ ପତ୍ନୀଙ୍କର ବୋଲି ସୂଚନା ମିଳିଛି

ଓଏଲ୍‌ ବ୍ୟୁରୋ : କଟକ ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଘଟିଛି ଅଘଟଣ। ଘର ଭିତରୁ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ଶିଶୁଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି। ମାଆ ଓ ପିଲାର ମୃତ୍ୟୁର କାରଣ ଘରେ ଆଉ କେହି ନ ଥିବାରୁ ଜଣା ପଡ଼ିନାହିଁ। ମୃତ ଛୋଟ ପିଲାର ତଣ୍ଟିକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ ମୃତ ମହିଳାଙ୍କ ସ୍ୱାମୀ ସାଲେପୁରରେ ଏକ କମ୍ପାନୀରେ କାମ କରନ୍ତି। ମୃତ ମହିଳାଜଣକ ଉକ୍ତ ବ୍ୟକ୍ତିଙ୍କ ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ ପିଲାଟି ପ୍ରଥମ ପତ୍ନୀଙ୍କର ବୋଲି ସୂଚନା ମିଳିଛି। ତେଣୁ କୌଣସି ପାରିବାରିକ କଳହକୁ ନେଇ ଘରେ କେହି ନ ଥିବା ବେଳେ ମହିଳାଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।