Odisha Link
Bridging the Missing Links in Odisha

ଓଡ଼ିଶାରେ ୨ଟି ମେଡିକାଲ କଲେଜ ଖୋଲିବା ପାଇଁ ପ୍ରସ୍ତାବ ଦେଲା ଆଦାନି ଗ୍ରୁପ

ଆଦାନି ଗ୍ରୁପ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ କରାଯାଇଥିବା ସର୍ଭେରେ ଭଦ୍ରକ ଓ ରାୟଗଡାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଦାନି ଗ୍ରୁପ ଆଗ୍ରହୀ ଅଛି

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଦୁଇଟି ମେଡିକାଲ କଲେଜ ଖୋଲିବା ପାଇଁ ଓଡିଶା ସରକାରଙ୍କୁ ଆଦାନି ଗ୍ରୁପ(ଆଦାନି ପୋର୍ଟସ୍ ଆଣ୍ଡ ଲଜିଷ୍ଟିକ) ପ୍ରସ୍ତାବ ଦେଇଥିବା ଜଣା ପଡିଛି। ଆଦାନି ଗ୍ରୁପ ପକ୍ଷରୁ ଏକ ଚିଠି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଶାଳିନୀ ପଣ୍ଡିତଙ୍କୁ ଲେଖାଯାଇଛି।

ଆଦାନି ଗ୍ରୁପ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ଯେ ୧୯୯୬ ମସିହାରୁ ଆଦାନି ଫାଉଣ୍ଡେସନ ପ୍ରତିଷ୍ଠା ହେବା ଦିନଠାରୁ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ସହ ସାମାଜିକ ପ୍ରଗତି ପାଇଁ କାର୍ଯ୍ୟ କରିଆସୁଛି। ଏହି କ୍ରମରେ ଆଦାନି ଗ୍ରୁପ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ କରାଯାଇଥିବା ସର୍ଭେରେ ଭଦ୍ରକ ଓ ରାୟଗଡାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଦାନି ଗ୍ରୁପ ଆଗ୍ରହୀ ଅଛି।

ଆଦାନି ଗ୍ରୁପ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ଯେ,ଏହି ମେଡିକାଲ କଲେଜ ପିପିପି ମୋଡରେ କରାଯିବା ସହ ଭଦ୍ରକରେ ପ୍ରାଥମିକତା ଭିତ୍ତିରେ ମେଡିକାଲ କଲେଜ କରାଯିବ। ସୂଚନା ଅନୁସାରେ, ମେକ ଇନ ଓଡ଼ିଶାରେ ଆଦାନି ପୋର୍ଟସ୍ ଆଣ୍ଡ ଏସଇଜେଡ ସିଇଓ କରନ ଆଦାନି ଘୋଷଣା କରିଥିଲେ ଯେ, ଓଡ଼ିଶାରେ ୬୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆଦାନି ଗ୍ରୁପ।

Leave A Reply

Your email address will not be published.