Odisha Link
Bridging the Missing Links in Odisha

କଂଗ୍ରେସର ହାତ ଛାଡ଼ିଲେ ସତ୍ୟପ୍ରକାଶ ନାୟକ

ଓଏଲ୍‌ ବ୍ୟୁରୋ: କଂଗ୍ରେସର ହାତ ଛାଡ଼ିଲେ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ। ଆଜି ସେ ଓଡ଼ିଶା ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ଏନେଇ ନିଜେ ସତ୍ୟ ପ୍ରକାଶ ନାୟକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ଦୁଇ ପୃଷ୍ଠାର ଇସ୍ତଫା ପତ୍ରରେ କଂଗ୍ରେସ ଛାଡ଼ିବାର କାରଣ କହିଛନ୍ତି ସତ୍ୟପ୍ରକାଶ ନାୟକ। ସେ ଉଲ୍ଲେଖ କରିଛନ୍ତି ଯେ, ବିନା କୌଣସି ସୂଚନା ନଦେଇ ମୋତେ ପିସିସି ସଦସ୍ୟ ତାଲିକାରୁ ବାଦ ଦିଆଗଲା। ଏହା ଦଳର ସାମ୍ବିଧାନିକ କାର୍ଯ୍ୟକଳାପ ନୁହେଁ। ଏହି ତାଲିକାରୁ ମୋତେ ବାଦ ଦେବା ଅର୍ଥ ମୋର ଦଳରେ କୌଣସି ଆବଶ୍ୟକତା ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।

ସେ ଆହୁରି କହିଛନ୍ତି, କଂଗ୍ରେସ ନେତା ବିଜେଡି ବିରୋଧରେ କାର୍ଯ୍ୟ କରିବା ପାଇଁ କାହାର ଆଗ୍ରହ ନାହିଁ । ଆଦିବାସୀ, ଦଳିତ, ଚାଷୀ, ମହିଳାଙ୍କ ପ୍ରସଙ୍ଗରେ ଦଳ କୌଣସି ଗୁରୁତ୍ବ ଦେଉନାହିଁ। ଫଳରେ ଓଡ଼ିଶାରେ କଂଗ୍ରେସ ସହିତ କେଉଁମାନେ ଅଛନ୍ତି ବୋଲି ପ୍ରଶ୍ନ କଲେ ତାହାର ଉତ୍ତର ସାରା ରାଜ୍ୟବାସୀଙ୍କୁ ଜଣା ବୋଲି କହିଛନ୍ତି।

Leave A Reply

Your email address will not be published.