Odisha Link
Bridging the Missing Links in Odisha

‘ଜାଣିଶୁଣି ବିକ୍ଷୋଭ କିମ୍ବା ବିନା ଅନୁମତିରେ ସ୍କୁଲ ଛାଡ଼ିଥିଲେ କାର୍ଯ୍ୟାନୁଷ୍ଠାନ’

କଟକ ବୋର୍ଡ ଅଫିସ ସାମ୍ନାରେ ସ୍ପେଶାଲ ଓଟିଇଟି ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ କରିଥିବା ଜଣା ପଡିଥିଲା

ଓଏଲ୍‌ ବ୍ୟୁରୋ : ଓଟିଇଟି ପରୀକ୍ଷା ଫଳକୁ ନେଇ ବୋର୍ଡ ଅଫିସ ଆଗରେ ଧାରଣା ଦେଇଥିବା ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ସୁପାରିସ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଂଜନ ମିଶ୍ର। ସେ କହିଛନ୍ତି ବୋର୍ଡ ପକ୍ଷରୁ ଚିଠି ମିଳିବା ପରେ ସେମାନେ କେଉଁ ଶିକ୍ଷକ ତଦନ୍ତ ହେବ। କଣ ପାଇଁ ବୋର୍ଡ ଅଫିସ ଆସିଥିଲେ, କାରଣ ଦର୍ଶାଅ ନୋଟିସ ହେବ। ଯଦି ସୋ କଜ୍ ଉତ୍ତରରେ ସନ୍ତୁଷ୍ଟ ନହେଲୁ, ଘଟଣାର ତଦନ୍ତ ହେବ। ଜାଣିଶୁଣି ବିକ୍ଷୋଭ କିମ୍ବା ବିନା ଅନୁମତିରେ ସ୍କୁଲ ଛାଡ଼ିଥିଲେ କାର୍ଯ୍ୟାନୁଷ୍ଠାନ ହେବ।

ସୂଚନା ଅନୁସାରେ, କଟକ ବୋର୍ଡ ଅଫିସ ସାମ୍ନାରେ ସ୍ପେଶାଲ ଓଟିଇଟି ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ କରିଥିବା ଜଣା ପଡିଥିଲା। ଫଳ ପ୍ରକାଶ ପାଇଲା ପରେ ଅସନ୍ତୋଷ ଥିଲେ ପରୀକ୍ଷାର୍ଥୀ। ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଓଟିଇଟି ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ସଂଶୋଧନ ହୋଇଥିବା ସୂଚନା ମିଳିଥିଲା। ପୂର୍ବରୁ ଓଟିଇଟି ପରୀକ୍ଷାର ପାସ ହାର ୪୯ ପ୍ରତିଶତ ଥିବାବେଳେ ବୋର୍ଡ ଦ୍ୱାରା ତ୍ରୁଟି ସଂଶୋଧନ ହୋଇ ତାହା ୫୭ ପ୍ରତିଶତକୁ ବୃଦ୍ଧି ପାଇଥିଲା। ବୋର୍ଡର ଏଭଳି ତ୍ରୁଟି ଏବଂ ମୂଲ୍ୟାୟନ ସଠିକ ନହୋଇଥିବାରୁ କଟକ ବୋର୍ଡ ଅଫିସ ସାମ୍ନାରେ ଓଟିଇଟି ପରୀକ୍ଷାର୍ଥୀ ଧାରଣା ଦେଇଥିବା ଜଣା ପଡିଥିଲା। ତେବେ ଏହି ଆନ୍ଦୋଳନରତ ଶିକ୍ଷକଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୋର୍ଡ ପକ୍ଷରୁ ଅଭିଯୋଗ ସାମ୍ନାକୁ ଆସିଛି।

Leave A Reply

Your email address will not be published.