ଅର୍ଚ୍ଚନା ନାଗ ମାମଲା : ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ ମିଳିଲାନି ଆଗୁଆ ଜାମିନ
ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ର ଏବଂ ଶ୍ରଦ୍ଧାଞ୍ଜଳୀଙ୍କ ନାଁ ରହିଛି

ଓଏଲ୍ ବ୍ୟୁରୋ : ବହୁଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ ମିଳିଲାନି ଆଗୁଆ ଜାମିନ। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳୀ ବେହେରା। ଇଡି କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍ରେ ଶ୍ରଦ୍ଧାଞ୍ଜଳୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବାରୁ ଆଗୁଆ ଜାମିନ ଦେଲେନି ହାଇକୋର୍ଟ।
ପୂର୍ବରୁ ଇଡି ୨୨୪୧ ପୃଷ୍ଠା ସମ୍ବଳିତ ଚାର୍ଜସିଟ କୋର୍ଟରେ ଦାଖଲ କରିଥିବା ସୂଚନା ମିଳିଥିଲା। ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ର ଏବଂ ଶ୍ରଦ୍ଧାଞ୍ଜଳୀଙ୍କ ନାଁ ରହିଛି। ଆସନ୍ତା ୨୪ ତାରିଖରେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସମନ ଦିଆଯାଇଥିବାବେଳେ ମାମଲାରେ ସମ୍ପୃକ୍ତ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ଆସନ୍ତା ୨୪ ତାରିଖରେ ଭିସି ଜରିଆରେ ହାଜର ହେବା ପାଇଁ କୁହାଯାଇଛି।