Odisha Link
Bridging the Missing Links in Odisha

ଆଜି ଦେଶରେ ୭୧ ହଜାର ନିଯୁକ୍ତିପତ୍ର ବିତରଣ କରିବେ ପ୍ରଧାନମନ୍ତ୍ରୀ

ଦେଶର ୪୫ଟି ସ୍ଥାନରେ ଆୟୋଜିତ ଏହି ରୋଜଗାର ମେଳାରେ ବିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନରେ ନିଯୁକ୍ତି ପାଇବେ ଯୁବଗୋଷ୍ଟୀ

ଓଏଲ୍‌ ବ୍ୟୁରୋ : ଆଜି ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ନିଯୁକ୍ତିମେଳା। ୭୧ ହଜାର ନବ ନିଯୁକ୍ତ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶରେ୪୫ଟି ସ୍ଥାନରେ ଆୟୋଜିତ ଏହି ରୋଜଗାର ମେଳାରେ ବିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନରେ ନିଯୁକ୍ତି ପାଇବେ ଯୁବଗୋଷ୍ଟୀ।

ସୂଚନା ଅନୁସାରେ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ। ନିଯୁକ୍ତିପତ୍ର ସହ ନବ ନିଯୁକ୍ତ ଯୁବକ ଓ ଯୁବତୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏହି ନିଯୁକ୍ତିମେଳା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆୟୋଜିତ ହେଉଥିବାବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ନିଯୁକ୍ତିପତ୍ର ବାଣ୍ଟିବେ।

Leave A Reply

Your email address will not be published.