Odisha Link
Bridging the Missing Links in Odisha

୩ ପୁଲିସ କର୍ମଚାରୀ ନିଲମ୍ବିତ

ଗଞ୍ଜେଇ ବେପାରୀଙ୍କୁ ଛାଡ଼ିଦେବା ସହ କ୍ୱାର୍ଟର୍ସରେ ଗଞ୍ଜେଇ ରଖିବା ଅଭିଯୋଗରେ ନିଲମ୍ବିତ

ଓଏଲ୍‌ ବ୍ୟୁରୋ : ଗଞ୍ଜେଇ କାରବାର ଅଭିଯୋଗରେ ୩ ପୁଲିସ କର୍ମଚାରୀ ନିଲମ୍ବିତ। ଗଞ୍ଜେଇ କାରବାରରେ ସହାୟତା କରୁଥିବା ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ବୌଦ୍ଧ ଏସ୍‌ପି। ଗଞ୍ଜେଇ ବେପାରୀଙ୍କୁ ଛାଡ଼ିଦେବା ସହ କ୍ୱାର୍ଟର୍ସରେ ଗଞ୍ଜେଇ ରଖିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଜଣା ପଡିଛି।

ଖବର ଅନୁସାରେ, ନିଲମ୍ବିତ ହୋଇଥିବା ୩ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଏବଂ ଅନ୍ୟ ୨ ଜଣ କନେଷ୍ଟବଳ ହେଲେ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ। ଗଞ୍ଜେଇ ବେପାରୀଙ୍କୁ ସହଯୋଗ କରୁଥିବା କାରଣରୁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୌଦ୍ଧ ଏସ୍‌ପି।

Leave A Reply

Your email address will not be published.