ହକି ବିଶ୍ୱକପ୍ ଟିକେଟ୍ କଳାବଜାରୀ କରୁଥିବା ୫ ଦଲାଲ ଗିରଫ
୧୦୦ ଟଙ୍କାର ଟିକେଟକୁ ହଜାରେ ଟଙ୍କା, ୨ ଶହ ଟିକଟକୁ ୨ ହଜାର ଓ ୫ ଶହ ଟଙ୍କାର ଟିକଟକୁ ୪ ହଜାର ଟଙ୍କାରେ ବିକ୍ରି

ଓଏଲ୍ ବ୍ୟୁରୋ : ରାଜ୍ୟରେ ହକି ବିଶ୍ୱକପ୍ ଚାଲୁଥିବାରୁ ହକି ପ୍ରେମୀଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଓଡ଼ିଶାରେ ଆୟୋଜିତ ଏହି ହକି ବିଶ୍ୱକପ ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯାଉଛି। ହକି ବିଶ୍ୱକପ ଦେଖିବା ପାଇଁ ଟିକେଟ ବିକ୍ରିକୁ ନେଇ କଳାବଜାରୀ କାରବାର ଦେଖିବାକୁ ମିଳିଛି। କଳାବଜାରୀ କରି ଅନଲାଇନ୍ରେ ଚଢ଼ା ଦାମରେ ଦଲାଲମାନେ ଟିକେଟ ବିକ୍ରି କରୁଥିବା ଜଣା ପଡିଥିବାବେଳେ ୫ ଦଲାଲଙ୍କୁ ବାନ୍ଧିଛି ପୁଲିସ୍।
ସୂଚନା ଅନୁସାରେ, ହକି ବିଶ୍ୱକପ୍ ଟିକେଟ କଳାବଜାରୀମାନେ ୧୦୦ ଟଙ୍କାର ଟିକେଟକୁ ହଜାରେ ଟଙ୍କା, ୨ ଶହ ଟିକଟକୁ ୨ ହଜାର ଓ ୫ ଶହ ଟଙ୍କାର ଟିକଟକୁ ୪ ହଜାର ଟଙ୍କାରେ ବିକ୍ରି କରୁଥିବା ଜଣା ପଡିଛି। ଆସନ୍ତା ୧୯, ୨୪ ଓ ୨୯ ତାରିଖରେ ହେବାକୁ ଥିବା ମ୍ୟାଚ ପାଇଁ ଏହି କଳବଜାରୀମାନେ ଟିକେଟ ବିକ୍ରି କରୁଥିଲେ। ତେବେ ଏହା ଜାଣିବା ପରେ ପୁଲିସ ୫ଜଣ ଦଲାଲଙ୍କୁ ଗିରଫ କରିଛି।