Odisha Link
Bridging the Missing Links in Odisha

ପରୀକ୍ଷା ଦେବେ ଅର୍ଚ୍ଚନା ନାଗ !

ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ୍ ଆଇନ ପରୀକ୍ଷା ଦେବା ପାଇଁ ଅନୁମତି

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦେବେ ପରୀକ୍ଷା। ଆଇନ ପରୀକ୍ଷା ଦେବାକୁ କୋର୍ଟକୁ ଅନୁମତି ମାଗିଲେ ଅର୍ଚ୍ଚନା ନାଗ। ପୂର୍ବରୁ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ଅନୁମତି ମାଗିଥିଲେ ଅର୍ଚ୍ଚନା ଏବଂ କୋର୍ଟ ମଧ୍ୟ ଫର୍ମ ପୂରଣ କରିବାକୁ ଅନୁମତି ଦେଇଥିଲା।

ବର୍ତ୍ତମାନ ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ୍ ଆଇନ ପରୀକ୍ଷା ଦେବା ପାଇଁ ଅନୁମତି ମାଗିଛନ୍ତି। ଅନୁମତି ମିଳିବା ପରେ ସେ ଜେଲ୍ ମାନୁଆଲ ଅନୁସାରେ ପରୀକ୍ଷା ଦେବେ ଏବଂ ଜେଲ୍ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ କରାଯିବବୋଲି କୁହାଯାଉଛି।

ସୂଚନା ଅନୁସାରେ, ଅର୍ଚ୍ଚନା କ୍ୟାପିଟାଲ ଲ’ କଲେଜରେ ଇଣ୍ଟିଗ୍ରେଟେଡ୍ ଲ’ କରୁଥିଲେ। କିଛି ଦିନ ତଳେ ପରୀକ୍ଷା ପୂର୍ବରୁ ଫର୍ମ ପୂରଣ ପାଇଁ ଅନୁମତି ମାଗିଥିବାବେଳେ ଫର୍ମ ପୂରଣ ପାଇଁ କୋର୍ଟ ଅନୁମତି ଦେଇଥିଲେ। ବର୍ତ୍ତମାନ ପରୀକ୍ଷା ପାଇଁ କୋର୍ଟରେ ଗତ ବୁଧବାର ଅନୁମତି ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ। ପରୀକ୍ଷା ପାଇଁ ଅନୁମତି ମିଳିବ ବୋଲି ଓକିଲ ଆଶାବାଦୀ ଥିବା ଜଣା ପଡିଛି।

ଅନ୍ୟପଟେ ଇଡି ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ କରୁଥିବାବେଳେ ଏହି ମାମଲାରେ କୋର୍ଟରେ ଚାର୍ଜସିଟ ଦାଖଲ କରିଛି। ଘଟଣାର ତଦନ୍ତ ପରେ ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

Leave A Reply

Your email address will not be published.