Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଘଟଣା : ଆଜି କୋର୍ଟ ଚାଲାଣ ହେବ ଅଭିଯୁକ୍ତ ଅନିମେଶ

ଗତ ୨୦୨୨ ଡ଼ିସେମ୍ବରରେ ପୁରୀ ଶ୍ରୀମନ୍ଦିର ଭିତବେଢ଼ାର ଡ଼୍ରୋନ୍‌ ଫଟୋ ଓ ଭିଡ଼ିଓ ବେଶ ଭାଇରାଲ ହୋଇଥିଲା

ଓଏଲ୍‌ ବ୍ୟୁରୋ : ନୋ ଫ୍ଲାଇଂ ଜୋନରେ ଡ୍ରୋନ୍‌ ଉଡ଼ାଇବା ଘଟଣାର ଅଭିଯୁକ୍ତ ଆଜି କୋର୍ଟ ଚାଲାଣ ହେବ। ସୂଚନା ଅନୁସାରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୁଲିସ ପୂର୍ବରୁ ଗିରଫ କରିଥିବାବେଳେ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି। ସିଟି ଡିଏସପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଗତ ୧୮ ତାରିଖ ଦିନ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିଲା।

କୋଲକାତାର ଅନିମେଶ ଚକ୍ରବର୍ତ୍ତୀ ଗତ ତିନି ମାସ ତଳେ ପୁରୀ ଆସିଥିବାବେଳେ ନିଜ ୟୁ-ଟ୍ୟୁବ ଚ୍ୟାନେଲ ପାଇଁ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡ଼ିଓ ଓ ଫଟୋ ଉତ୍ତୋଳନ କରିଥିଲେ। ଗତ ୨୦୨୨ ଡ଼ିସେମ୍ବରରେ ପୁରୀ ଶ୍ରୀମନ୍ଦିର ଭିତବେଢ଼ାର ଡ଼୍ରୋନ୍‌ ଫଟୋ ଓ ଭିଡ଼ିଓ ବେଶ ଭାଇରାଲ ହୋଇଥିଲା।

ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନରେ ଡ୍ରୋନ୍‌ ଉଡ଼ାଇ ଶ୍ରୀମନ୍ଦିର ଭିତରବେଢ଼ାର ଫଟୋ ଭିଡ଼ିଓ ଅନିମେଶ ନିଜ ୟୁନିଫାଏଡ୍‌ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲ୍‌ରେ ଗତ ନଭେମ୍ବର ୧୯ ତାରିଖରେ ଅପଲୋଡ୍‌ କରିଥିଲେ। ଏପରିକି ଭିଡ଼ିଓର ଗୋଟିଏ ଫୁଟେଜ ନେଇ ୨୦ ହଜାର ଟଙ୍କା ଦାବି କରିଥିଲେ। ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଘଟଣାକୁ ନେଇ ଥାନାରେ ଏତଲା ପରେ ଅନିମେଶ ଚାରିକୋଟି ଜନତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଅନିମେଶ ଆଗୁଆ ଜାମିନ ପାଇଁ ହାଇ‌‌କୋର୍ଟର ଦ୍ବାରସ୍ଥ ହୋଇଥିବାବେଳେ ହାଇକୋର୍ଟ ଏହି ଆଗୁଆ ଜାମିନ ଖାରଜ କରିଥିଲେ। ବର୍ତ୍ତମାନ ତାଙ୍କୁ ଏହି ମାମଲାର ଶୁଣାଣି ପାଇଁ କୋର୍ଟ ଚାଲାଣ କରିବ ପୁଲିସ।

Leave A Reply

Your email address will not be published.