Odisha Link
Bridging the Missing Links in Odisha

ନିଆଁରେ ପୋଡ଼ି ହୋଇ ୩ ବ୍ୟକ୍ତି ଗୁରୁତର

ନିଆଁରେ ପୋଡ଼ି ହୋଇଥିବା ୩ ଜଣଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି

ଓଏଲ୍‌ ବ୍ୟୁରୋ : କଟକ ନିଶ୍ଚିନ୍ତକୋଇଲି ବ୍ଲକ କୂଳବଡ଼କ୍ଷୀର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଅଗ୍ନିକାଣ୍ଡ ଘଟିଥିବାରୁ ଗୋଟିଏ ପରିବାରର ୩ ଜଣ ନିଆଁରେ ପୋଡ଼ି ହୋଇ ଆହତ ହୋଇଥିବା ସୂଚନା। ନିଆଁରେ ପୋଡ଼ି ହୋଇଥିବା ୩ ଜଣଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡରେ ପୋଡ଼ି ହୋଇ ଗୁରୁତର ଭାବେ ଆହତ ହୋଇଥିବା ଗୋଟିଏ ପରିବାରର ୩ ଜଣ ହେଉଛନ୍ତି ବାପା, ମାଆ ଓ ପୁଅ। ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ଜଣା ପଡିଛି।

Leave A Reply

Your email address will not be published.