Odisha Link
Bridging the Missing Links in Odisha

‘ଆମ ପରିବାରର ସମସ୍ତେ ଶ୍ରୀୟା ଓ ତାଙ୍କ ପରିବାରକୁ ଭଲ ପାଉ’

ସେ ସବୁ ଧର୍ମକୁ ସମ୍ମାନ କରନ୍ତି ଏବଂ କାହାକୁ ତାଙ୍କ ଧର୍ମକୁ ଆସିବାକୁ ଚାପ ଦେଇନାହାନ୍ତି

ଓଏଲ୍‌ ବ୍ୟୁରୋ : ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ବିରୋଧରେ ତାଙ୍କ ପତ୍ନୀ ଶ୍ରୀୟା ନିର୍ଯାତନା ଅଭିଯୋଗ କରିଥିବା ଖବର ସାମ୍ନାକୁ ଆସିଥିଲା। ପତ୍ନୀଙ୍କ ଅଭିଯୋଗ ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଥାନାରେ ହାଜର ହେବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବାବେଳେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗଣମାଧ୍ୟମ ସାମ୍ନାରେ ନିଜର ମତପ୍ରକାଶ କରି କହିଛନ୍ତି, ଆସିଥିବା ଅଭିଯୋଗ ଶୁଣି ସେ ମାନସିକ ଧକ୍କା ପାଇଛନ୍ତି।

ଅଭିଯୋଗ ଶୁଣି ସେ ଚକିତ ଏବଂ ମିଛ ଅଭିଯୋଗ ଲଗାଇଲେ ଦୁଃଖ ଲାଗିବ ବୋଲି କହିଛନ୍ତି। ହ୍ୟୁମାନଙ୍କ ପରିବାରର ସମସ୍ତେ ଶ୍ରୀୟା ଓ ତାଙ୍କ ପରିବାରକୁ ଭଲ ପାଆନ୍ତି ବୋଲି ହ୍ୟୁମାନ କହିଥିବାବେଳେ ସେ ସବୁ ଧର୍ମକୁ ସମ୍ମାନ କରନ୍ତି ଏବଂ କାହାକୁ ତାଙ୍କ ଧର୍ମକୁ ଆସିବାକୁ ଚାପ ଦେଇନାହାନ୍ତି।

ଘଟଣାର ଆପୋସ ସମାଧାନ ଚାହୁଁଛୁ ବୋଲି ସେ କହିଛନ୍ତି ଏବଂ ଶ୍ରୀୟାଙ୍କ ପରିବାର ୨ ଦିନ ସମୟ ନେଇଛନ୍ତି। ଆମେ ଠିକରେ ଅଛୁ, ସତ୍ୟରେ ଅଛୁ, ବିଶ୍ୱାସ ସବୁ ଠିକ୍ ହୋଇଯିବ ବୋଲି କହିଛନ୍ତି ହ୍ୟୁମାନ ସାଗର। ଅନ୍ୟପକ୍ଷେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମା କହିଛନ୍ତି, ବୋହୂକୁ କେବେ ବି ଧର୍ମ ପରିବର୍ତ୍ତନ କରିବାକୁ କହିନୁ। ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ ବୋଲି ହ୍ୟୁମାନଙ୍କ ମା କହିଛନ୍ତି।

Leave A Reply

Your email address will not be published.