Odisha Link
Bridging the Missing Links in Odisha

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା : ଆସିଲା ଭିସେରା ରିପୋର୍ଟ

ଡାକ୍ତର ଶୁଭଶ୍ରୀ କର ମଦ, ନିଶା ଔଷଧ ନମୁନା ମିଳିଥିବା ଆସିଥିବା ଭିସେରା ରିପୋର୍ଟରେ ଉଲ୍ଲେଖ ରହିଛି

ଓଏଲ୍ ବ୍ୟୁରୋ : କେନ୍ଦୁଝର ଯୋଡା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼। ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁର କାରଣ ସନ୍ଦେହ ଘେରରେ ଥିବାବେଳେ ମୃତ୍ୟୁର ଭିସେରା ରିପୋର୍ଟ ଆସିଥିବା ଜଣା ପଡିଛି। ସୂଚନା ଅନୁସାରେ, ଡାକ୍ତର ଶୁଭଶ୍ରୀ କର ମଦ, ନିଶା ଔଷଧ ନମୁନା ମିଳିଥିବା ଆସିଥିବା ଭିସେରା ରିପୋର୍ଟରେ ଉଲ୍ଲେଖ ରହିଛି।

ଡାକ୍ତର ଶୁଭଶ୍ରୀଙ୍କ ଭିସେରା ରିପୋର୍ଟ ଆସିବା ପରେ ଯୋଡ଼ା ଥାନାରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା। ଝିଅକୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ଶୁଭଶ୍ରୀଙ୍କ ବାପା ଅଭିଯୋଗ ଆଣିଛନ୍ତି। ସେପଟେ ମାମଲାରୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିବ୍ୟରଞ୍ଜନ। ସୂଚନା ଅନୁସାରେ, ଡିସେମ୍ବର ୩୧ ତାରିଖରେ ଶୁଭଶ୍ରୀ ନିଜ ସହକର୍ମୀଙ୍କ ସହ ଜିରୋ ନାଇଟ୍ ସେଲିବ୍ରେସନ କରିଥିଲେ। ତେବେ ଜାନୁଆରୀ ୧ ତାରିଖରେ ଭଡ଼ା ଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।