Odisha Link
Bridging the Missing Links in Odisha

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ

ଦଶପଲ୍ଲାରୁ ପଠାଯାଇଥିବା କାଠ ମଧ୍ୟରୁ ଅସନ କାଠ ୭୧ ଖଣ୍ଡ ଏବଂ ଧଉରା କାଠ ୩୩ ଖଣ୍ଡ ଥିବା ଜଣା ପଡିଛି

ଓଏଲ୍ ବ୍ୟୁରୋ : ରଥଯାତ୍ରା ପାଇଁ ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡରୁ ବିଧି ଅନୁସାରେ ପୁରୀକୁ ଶ୍ରୀକ୍ଷେତ୍ରକୁ ରଥଯାତ୍ରା ପାଇଁ ରଥକାଠ ପଠାଯାଇଛି। ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହି ରଥକାଠ ରଥନିର୍ମାଣ ପାଇଁ ଶ୍ରୀମନ୍ଦିରକୁ ପଠାଯାଇଛି। ବଡ଼ଦେଉଳକୁ ପ୍ରଥମ ପର୍ଯ୍ୟାୟରେ ୩ଟି ଗାଡ଼ିରେ ୧୦୪ ଖଣ୍ଡ କାଠ ଯାଇଛି।

ଶ୍ରୀମନ୍ଦିରକୁ ବିଧି ଅନୁଯାୟୀ ଦଶପଲ୍ଲାରୁ ପଠାଯାଇଥିବା କାଠ ମଧ୍ୟରୁ ଅସନ କାଠ ୭୧ ଖଣ୍ଡ ଏବଂ ଧଉରା କାଠ ୩୩ ଖଣ୍ଡ ଥିବା ଜଣା ପଡିଛି। ବିଧି ଅନୁଯାୟୀ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ ହେବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟ କାଠ ପଠାଯାଇଛି।

Leave A Reply

Your email address will not be published.