Odisha Link
Bridging the Missing Links in Odisha

ଭାରତୀୟ ହକି ଟିମ୍‌ରୁ ବାଦ୍ ପଡିଲେ ହାର୍ଦ୍ଦିକ ସିଂ

ଭାରତୀୟ ହକି ଖେଳାଳି ହାର୍ଦ୍ଦିକ ସିଂଙ୍କ ଆହତ ଜନିତ ସମସ୍ୟା କାରଣରୁ ଦଳରୁ ବାଦ ପଡ଼ିଥିବାରୁ ତାଙ୍କ ବଦଳରେ ଭାରତୀୟ ହକି ଦଳରେ ଖେଳିବେ ରାଜକୁମାର ପାଲ

ଓଏଲ୍ ବ୍ୟୁରୋ : ଭାରତରେ ଜାରି ରହିଛି ପୁରୁଷ ହକି ବିଶ୍ୱକପ। ଯାହାକୁ ନେଇ ହକି ପ୍ରେମୀଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହି ହକି ବିଶ୍ୱକପରେ ଭାରତୀୟ ଦଳରୁ ବାଦ୍ ପଡିଛନ୍ତି ହାର୍ଦ୍ଦିକ ସିଂ। ଆହତ ଜନିତ ସମସ୍ୟା କାରଣରୁ ଭାରତୀୟ ହକି ଦଳରୁ ହାର୍ଦ୍ଦିକ ସିଂ ବାଦ୍ ପଡିଥିବା ଜଣା ପଡିଛି।

ସୂଚନା ଅନୁସାରେ, ଭାରତୀୟ ହକି ଖେଳାଳି ହାର୍ଦ୍ଦିକ ସିଂଙ୍କ ଆହତ ଜନିତ ସମସ୍ୟା କାରଣରୁ ଦଳରୁ ବାଦ୍ ପଡ଼ିଥିବାରୁ ତାଙ୍କ ବଦଳରେ ଭାରତୀୟ ହକି ଦଳରେ ଖେଳିବେ ରାଜକୁମାର ପାଲ। ତେବେ ହକି ବିଶ୍ୱକପରେ ବେଲଜିୟମ୍ , ଅଷ୍ଟ୍ରେଲିଆ, ନେଦରଲାଣ୍ଡ ଓ ଇଂଲଣ୍ଡ କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି।

ଆସନ୍ତାକାଲି ଠାରୁ କ୍ରସ ଓଭର ମ୍ୟାଚ୍ ଖେଳାଯିବ। କ୍ରସ ଓଭରରୁ ଅବଶିଷ୍ଟ ୪ଟି ଦଳ କ୍ୱାର୍ଟରକୁ ଉନ୍ନୀତ ହେବେ। ପ୍ରତି ପୁଲର ଦ୍ୱିତୀୟ ଓ ତୃତୀୟ ଦଳ କ୍ରସ ଓଭରରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ପ୍ରଥମ ମ୍ୟାଚ୍ ମାଲେସିଆ ଓ ସ୍ପେନ୍ ଏବଂ ଦ୍ୱିତୀୟ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ୨୩ ତାରିଖରେ ଜର୍ମାନୀ ଓ ଫ୍ରାନ୍ସ ଏବଂ ଦ୍ୱିତୀୟ ମ୍ୟାଚ୍ ଆର୍ଜେଂଟିନା ଓ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯିବ।

Leave A Reply

Your email address will not be published.