Odisha Link
Bridging the Missing Links in Odisha

ସ୍କୁଲରେ ପଶି ଜଣେ ଛାତ୍ରଙ୍କୁ ଅଜଣା ଯୁବକଙ୍କ ଆକ୍ରମଣ

ଛାତ୍ରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ

ଓଏଲ୍ ବ୍ୟୁରୋ : ବାଙ୍କି ଚର୍ଚ୍ଚିକା ୟୁଜିଏମଇ ବିଦ୍ୟାଳୟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟରେ ପଶି ଜଣେ ଛାତ୍ରଙ୍କୁ ଅଜଣା ଯୁବକଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଜଣା ଯୁବକଙ୍କ ଆକ୍ରମଣର ଶିକାର ହୋଇଥିବା ପିଲାଟି ହେଉଛି ଚର୍ଚ୍ଚିକା ୟୁଜିଏମଇ ସ୍କୁଲର ୩ୟ ଶ୍ରେଣୀର ଛାତ୍ର। ଅଜଣା ଯୁବକ ଜଣକ ଛାତ୍ରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ।

ସୂଚନା ଅନୁସାରେ, ଆକ୍ରମଣର ଶିକାର ହୋଇଥିବା ଛାତ୍ର ସାମାନ୍ୟ ଆହତ ହୋଇଥିବାବେଳେ ଛାତ୍ରଙ୍କୁ କିଏ ଏବଂ କାହିଁକି ଆକ୍ରମଣ କରିଥିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।

Leave A Reply

Your email address will not be published.