Odisha Link
Bridging the Missing Links in Odisha

ଅପହରଣ ଯୁବକ ମୃତ୍ୟୁ ମାମଲା ; ୨ ଅଭିଯୁକ୍ତ ଗିରଫ

ନାଲକୋ ଛକରେ ବିଚିତ୍ରଙ୍କର ଏକ ଗାଙ୍ଗୁରାମ ଦୋକାନ ଥିଲା।

ଓଏଲ୍‌ ବ୍ୟୁରୋ : ଗତକାଲି ରାଜଧାନୀରେ ଏକ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣା ପଡିଥିଲା। ଜଣେ ଯୁବକଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ନେବାବେଳେ, ଚଳନ୍ତା କାର୍‌ରୁ ଯୁବକ ଜଣକ ଡେଇଁ ପଡ଼ିଥିଲେ। ନିଜ ଜୀବନ ବଞ୍ଚାଇବ ପାଇଁ ଡେଇଁ ପଡିବା ପରେ ଥାନାରେ ପହଂଚିଥିଲେ ଯୁବକ। ତେବେ ଥାନାରେ ପହଞ୍ଚିବା ପରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।

ମୃତ ବ୍ୟକ୍ତି ଜଣକ ହେଲେ ଗାଡକଣର ବିଚିତ୍ର ପଲେଇ। ନାଲକୋ ଛକରେ ବିଚିତ୍ରଙ୍କର ଏକ ଗାଙ୍ଗୁରାମ ଦୋକାନ ଥିଲା। ଧାର ଟଙ୍କା ଫେରାଇବାରେ ବିଳମ୍ବ କରିବାରୁ ବିଚିତ୍ରଙ୍କୁ କେହି ଅପହରଣ କରି କାରରେ ନେଉଥିବା ବେଳେ ବାଣୀବିହାର ନିକଟରେ ଖସିବାକୁ ଉଦ୍ୟମ କରିଥିଲେ। ଗାଡ଼ି ଭିତରେ ଥିବା ଜଣେ ମହିଳା ଓ ପୁରୁଷଙ୍କ ସହ ମୁହାଁମୁହିଁ ହୋଇଥିଲା। ସେତିକିବେଳେ କାରରୁ ଖସିପଡ଼ିଥିଲେ ବିଚିତ୍ର।

ଏହାପରେ ଅପରିଚିତ ବ୍ୟକ୍ତିଙ୍କ ବାଇକ ଜରିଆରେ ସେ ଥାନାକୁ ଯିବାକୁ ଚେଷ୍ଟା କଲା ବେଳେ ଥାନା ପରିସରରେ ପଡ଼ିଯାଇଥିଲେ ଏବଂ ଗୁରୁତର ଅବସ୍ଥାରେ ବିଚିତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା ପୁଲିସ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟଙ୍କା କରଜକୁ ନେଇ ଏଭଳି ଘଟଣା ଘଟିଥିବା କୁହାଯାଉଛି। ତେବେ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗତକାଲି ରାତି ୯.୩୦ ବେଳେ ଘଟିଛି ଅଘଟଣ। ସନ୍ଦିଗ୍ଧ ଅପହରଣକାରୀ ଶାନ୍ତିପଲ୍ଲୀ ବସ୍ତିର ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.